Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବିପଦ ସଂକେତ ଉପରେ ସିଲେରୁ, ସାବେରୀ ନଦୀର ଜଳ ସ୍ତର

    Share on :
    ajab-Image
    Date: Aug 15, 2022    Views: 3057

    ମାଲକାନଗିରି: ମାଲକାନଗିରି ଜିଲ୍ଲାର ଲଗାଣା ବର୍ଷା ଜାରି ରହିଛି । ଫଳରେ  ସିଲେରୁ, ସାବେରୀ, ପୋଟେରୂ ଓ କାଙ୍କୁରୁକୋଣ୍ଡା ନଦୀର ଜଳ ସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ମୋଟୁ ନିକଟସ୍ଥ ଆନ୍ଧ୍ର ପ୍ରଦେଶର କାଲେର ଓ କୋଇଗୁର ଗାଁ ମଝିରେ ଥିବା ୩୨୬  ନମ୍ବର ଜାତୀୟ ରାଜ ପଥ ଉପରେ ପାଞ୍ଚ ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଛି । ଫଳରେ ମାଲକାନଗିରି ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଗତ ତିନି ଦିନ ଧରି ଯୋଗାଯୋଗ ବିଚ୍ଛିନ୍ନ ରହିଛି । ମୋଟୁ ଓ ଚିନ୍ତୁର ଠାରେ ଶହ ଶହ ଯାନ ବାହାନ ଅଟକି ରହିଛି ।

    ସେପଟେ ଗୋଦାବରୀ ନଦୀରେ କ୍ରମଶଃ ଜଳ ସ୍ତର ବୃଦ୍ଧି ପାଉଥିବାରୁ ମୋଟୁରେ ପୁଣି ଥରେ ବନ୍ୟା ଆଶଙ୍କା ରହିଛି । ରବିବାର ସକାଳେ ଗୋଦାବରୀ ନଦୀର ଭଦ୍ରାଚଲାମ ଠାରେ ଜଳ ସ୍ତର ୫୧ ଫୁଟ ରହିଥିବା ବେଳେ ସେଠାରେ ଏକ ନମ୍ବର ବିପଦ ସଂକେତ ଜାରି କରାଯାଇଛି । ଏହାକୁ ଦେଖି ମୋଟୁ ରେ ମଧ୍ୟ ଜିଲ୍ଲା ପ୍ରଶାସନ ତରଫରୁ ସତର୍କ ସୂଚନା ଦିଆଯାଇଛି।

    Maximum 500 characters

    ତାଜା ଖବର View all

    Find Us on Facebook