ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଥିବାବେଳେ ବନ୍ୟା ଆଶଙ୍କା ଦେଖାଦେଇଛି । ତେବେ ଏହା ଭିତରେ ବନ୍ୟା ନେଇ ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆସୁଛି । ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ବନ୍ୟା ଜଳ ମୁଣ୍ଡଳି ଅତିକ୍ରମ କରିବ । ମୁଣ୍ଡଳି ଦେଇ ୧୦ରୁ ସାଢେ ୧୦ ଲକ୍ଷ କୁ୍ୟସେକ ଜଳ ପ୍ରବାହିତ ହେବ । ଖଇରମାଳରେ ଏବେ ୯.୫୬ ଲକ୍ଷ କୁ୍ୟସେକ ଜଳ ପ୍ରବାହିତ ହେଉଛି । ହୀରାକୁଦର ଉପର ମୁଣ୍ଡରେ ପ୍ରବଳ ବର୍ଷା ଜାରି ରହିଛି । ହୀରାକୁଦରେ ୩୪ ଟି ଗେଟ ଖୋଲା ଅଛି । ଆଉ ଗେଟ ଖୋଲିବୁ ନାହିଁ । ୨୦୧୯ ଅଗଷ୍ଟରେ ମଧ୍ୟ ଏକା ଧରଣର ସ୍ଥିତି ଉପୁଜିଥିଲା ବୋଲି ଏସଆରସି କହିଛନ୍ତି ।
ତେବେ ଚଳିତ ବନ୍ୟା ଯୋଗୁ ଜଗତସିଂହପୁର, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର କିଛି ଅଂଶ ପ୍ରଭାବିତ ହେବାକୁ ଥିବାବେଳେ ଦକ୍ଷିଣରେ କିନ୍ତୁ ବନ୍ୟା ସ୍ଥିତି ନଥିବା ଏସଆରସି କହିଛନ୍ତି ।
ଅନ୍ୟପକ୍ଷରେ ଆଇଏମଡି ଡିଜି ଡ. ମୃତୁ୍ୟଞ୍ଜୟ ମହାପାତ୍ର କହିଛନ୍ତି ଯେ ଗତକାଲି ଭଳି ଆଜି ମଧ୍ୟ ରାଜ୍ୟସାରା ପ୍ରବଳ ବର୍ଷା ଜାରି ରହିବ । କେତେକ ସ୍ଥାନରେ ଅତି ପ୍ରବଳ ଓ ଅତ୍ୟନ୍ତ ପ୍ରବଳ ବର୍ଷା ହେବ । ତେବେ ଆସନ୍ତାକାଲି ଠାରୁ ବର୍ଷାର ପରିମାଣ କମିବ । ଆଜି ପଶ୍ଚିମ ଓଡ଼ିଶା ଜିଲ୍ଲାମାନଙ୍କରେ ଅପେକ୍ଷାକୃତ ଅଧିକ ବର୍ଷିବ । ଆଜି ଛତିଶଗଡ଼ରେ ସବୁଠାରୁ ଅଧିକ ବର୍ଷା ହେବ । ଫଳରେ ମହାପଦୀ ଓ ଶାଖା ନଦୀ ଉପରେ ଏହାର ପ୍ରଭାବ ପଡ଼ିବ ବୋଲି ଆଇଏମଡି ଡିଜି ଡ. ମୃତୁ୍ୟଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।
Comments ସମସ୍ତ ମତାମତ