Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବର୍ଷା ନେଇ ଆଇଏମଡି ଡିଜି ଦେଲେ ବଡ଼ ସୂଚନା, ଜାଣନ୍ତୁ କ’ଣ

    Share on :
    ajab-Image
    Date: Aug 14, 2022    Views: 3260

    ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଥିବାବେଳେ ବନ୍ୟା ଆଶଙ୍କା ଦେଖାଦେଇଛି । ତେବେ ଏହା ଭିତରେ ଆଇଏମଡି ଡିଜି ଡ. ମୃତୁ୍ୟଞ୍ଜୟ  ମହାପାତ୍ର ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ।

    ସେ କହିଛନ୍ତି ଯେ ଗତକାଲି ଭଳି ଆଜି ମଧ୍ୟ ରାଜ୍ୟସାରା ପ୍ରବଳ ବର୍ଷା ଜାରି ରହିବ ।  କେତେକ ସ୍ଥାନରେ ଅତି ପ୍ରବଳ ଓ ଅତ୍ୟନ୍ତ ପ୍ରବଳ ବର୍ଷା ହେବ  । ତେବେ ଆସନ୍ତାକାଲି ଠାରୁ ବର୍ଷାର ପରିମାଣ କମିବ । ଆଜି ପଶ୍ଚିମ ଓଡ଼ିଶା ଜିଲ୍ଲାମାନଙ୍କରେ ଅପେକ୍ଷାକୃତ ଅଧିକ ବର୍ଷିବ ।  ଆଜି ଛତିଶଗଡ଼ରେ ସବୁଠାରୁ ଅଧିକ ବର୍ଷା ହେବ ।  ଫଳରେ ମହାପଦୀ ଓ ଶାଖା ନଦୀ ଉପରେ ଏହାର ପ୍ରଭାବ ପଡ଼ିବ ବୋଲି ଆଇଏମଡି ଡିଜି ଡ. ମୃତୁ୍ୟଞ୍ଜୟ  ମହାପାତ୍ର ସୂଚନା ଦେଇଛନ୍ତି । 

    ସେହିପରି ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) କହିଛନ୍ତି ଯେ ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆସୁଛି ।  ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ବନ୍ୟା ଜଳ ମୁଣ୍ଡଳି ଅତିକ୍ରମ କରିବ ।  ମୁଣ୍ଡଳି ଦେଇ ୧୦ରୁ ସାଢେ ୧୦ ଲକ୍ଷ କୁ୍ୟସେକ ଜଳ ପ୍ରବାହିତ ହେବ ।  ଖଇରମାଳରେ ଏବେ ୯.୫୬ ଲକ୍ଷ କୁ୍ୟସେକ ଜଳ ପ୍ରବାହିତ ହେଉଛି ।  ହୀରାକୁଦର ଉପର ମୁଣ୍ଡରେ ପ୍ରବଳ ବର୍ଷା ଜାରି ରହିଛି ।  ହୀରାକୁଦରେ ୩୪ ଟି ଗେଟ ଖୋଲା ଅଛି । ଆଉ ଗେଟ ଖୋଲିବୁ ନାହିଁ । ୨୦୧୯ ଅଗଷ୍ଟରେ ମଧ୍ୟ ଏକା ଧରଣର ସ୍ଥିତି ଉପୁଜିଥିଲା  ବୋଲି ଏସଆରସି କହିଛନ୍ତି ।
    ତେବେ  ଚଳିତ ବନ୍ୟା ଯୋଗୁ ଜଗତସିଂହପୁର, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର କିଛି ଅଂଶ ପ୍ରଭାବିତ ହେବାକୁ ଥିବାବେଳେ ଦକ୍ଷିଣରେ କିନ୍ତୁ ବନ୍ୟା ସ୍ଥିତି ନଥିବା ଏସଆରସି କହିଛନ୍ତି ।

    ଅନ୍ୟପକ୍ଷରେ  ସୁଦୃଶ୍ୟ ଲଘୁଚାପ ଘନୀଭୂତ ହୋଇ ଏବେ ଅବପାତରେ ପରିଣତ ହୋଇଛି । ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଉତ୍ତର ଓଡ଼ିଶା ଉପକୂଳରେ ଲଘୁଚାପ  ଅବପାତରେ ପରିଣତ ହୋଇଛି । ଦୀଘାରୁ ଦକ୍ଷିଣ ପୂର୍ବର ୧୦ କିମି ଦୂରରେ ଏହା କେନ୍ଦ୍ରୀଭୂତ ହୋଇଛି ।  ଏହାଛଡ଼ା ବାଲେଶ୍ୱର ଠାରୁ ପୂର୍ବ ଉତ୍ତର-ପୂର୍ବକୁ ୯୦ କିମି ଦୂରରେ  ଏହା କେନ୍ଦ୍ରୀଭୂତ ହୋଇଛି ।
     ଆସନ୍ତା ୨୪ ଘଣ୍ଟା ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିବ । ଭୁବନେଶ୍ଵର କଟକରେ ଦିନ ତମାମ ମେଘୁଆ ପାଗ ରହିବ । ପ୍ରବଳ ବର୍ଷା ଆଶଙ୍କା ନେଇ ଆଜି ପାଣିପାଗ ବିଭାଗ ୧୦ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି । ସେହିପରି ୧୧ ଜିଲ୍ଲାକୁ ଅରେଞ୍ଜ ଓ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
    ଜଗତସିଂପୁର ଜିଲ୍ଲାର ପ୍ରାୟ ସମସ୍ତ ସ୍ଥାନରେ ୧୦୦ ମିମି ଅଧିକ ବର୍ଷା ରେକର୍ଡ ହୋଇଥିବା ବେଳେ ଏରସମା ଠାରେ ସର୍ବାଧିକ ବର୍ଷା ୨୧୫ ମିମି ରେକର୍ଡ ହୋଇଛି । ସୁନ୍ଦଗଡ଼ ହେମଗିରି ଠାରେ ୨୧୦.୪ ମିମି, ପୁରୀ ଅସ୍ତରଙ୍ଗ ଠାରେ ୧୬୮ମିମି ଓ ପୁରୀ ସହରରେ ୯୪ ମିମି ରେକର୍ଡ ହୋଇଛି । ସେହିପରି ସମ୍ବଲପୁର ୧୪୬ , ହୀରାକୁଦ ୧୦୭.୬, ଗଜପତି ଜିଲ୍ଲା ଆର୍ ଉଦୟଗିରିରେ ୧୦୪ ମିମି ବର୍ଷା ରେକର୍ଡ ହୋଇଛି।

    Maximum 500 characters

    ତାଜା ଖବର View all

    Find Us on Facebook