Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ୧୮ହଜାର ଟପିବ ନାହିଁ ଘରୋଇ ବିମାନ ଭଡ଼ା

    Share on :
    ajab-Image
    Date: Dec 7, 2025    Views: 3216

    ନୂଆଦିଲ୍ଲୀ: ଗତ ୫ ଦିନ ଧରି ଇଣ୍ଡିଗୋ ବିମାନ ଚଳାଚଳ ବନ୍ଦ ହେବା ଏବଂ ଯାତ୍ରୀଙ୍କ ସଂଖ୍ୟା ଆଶାତିତ ବୃଦ୍ଧି ଯୋଗୁ, ଅନ୍ୟ ବିମାନ କମ୍ପାନୀଗୁଡ଼ିକର ଟିକେଟ ମୂଲ୍ୟ ଆକାଶଛୁଆଁ ହୋଇଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଶନିବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ବିମାନ ଉଡ଼ାଣ କମ୍ପାନୀ ଉପରେ ରୋକ ଲଗାଯାଇଛି। ଯାହା ଯାତ୍ରୀମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିବ।

    ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ବିମାନ କମ୍ପାନୀଗୁଡ଼ିକ ଅଧିକ ଶୁଳ୍କ ନେଇପାରିବେ ନାହିଁ। ୫ ଶହ କିମି ଭିତରେ ବିମାନ ଭଡ଼ା ୭ ହଜାର ୫ ଶହ ଟପିବ ନାହିଁ ବୋଲି ବିମାନ କମ୍ପାନୀଗୁଡ଼ିକୁ ଅବଗତ କରାଯାଇଛି।

    ଏପରିକି ଦେଶ ଭିତରେ ସର୍ବାଧିକ ଦୂରତା ଭଡ଼ା ୧୮ ହଜାର ଟପିବ ନାହିଁ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି। ୫ ଶହରୁ ୧ ହଜାର କିମି ପର୍ଯ୍ୟନ୍ତ ଭଡ଼ା ୧୨ ହଜାର ଟଙ୍କା ରଖାଯାଇଛି। ସେହିପରି ୧ ହଜାରରୁ ୧୫ ଶହ କିମି ପର୍ଯ୍ୟନ୍ତ ଭଡ଼ା ୧୫ ହଜାର ଟଙ୍କା ରଖାଯାଇଥିବା ବେଳେ ୧୫ ଶହ କିମି ଟପିଲେ ଯାତ୍ରୀ ଭଡ଼ା ୧୮ ହଜାର ଟଙ୍କା ଭିତରେ ରହିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook