Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଡାକ୍ତରଖାନାରେ ଅଗ୍ନିକାଣ୍ଡ; ୬ ମୃତ

    Share on :
    ajab-Image
    Date: Jan 28, 2023    Views: 4480

    ଧାନବାଦ:  ଝାଡ଼ଖଣ୍ଡର ଧାନବାଦ ଅନ୍ତର୍ଗତ ପୁରୁଣା ବଜାରସ୍ଥିତ ହଜ୍‌ରା ଡାକ୍ତରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟିବାରୁ ଶ୍ବାସରୁଦ୍ଧ ହୋଇ ଡାକ୍ତର ଦମ୍ପତିଙ୍କ ସମେତ ଅନ୍ୟୂନ ୬ଜଣଙ୍କର ମୃତ୍ୟୁ ଘଟିଛି। ହାଛଡ଼ା, ଘଟଣାସ୍ଥଳରୁ ୯ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି, ଡାକ୍ତର ବିକାଶ ହଜ୍‌ରା ଓ ତାଙ୍କ ପତ୍ନୀ ଡାକ୍ତର ପ୍ରେମା ହଜ୍‌ରା ଏବଂ ଡାକ୍ତରଖାନାର ଅନ୍ୟାନ୍ୟ କର୍ମଚାରୀ।

    ସର୍ଟ ସର୍କିଟ୍‌ ଯୋଗୁଁ ଡାକ୍ତରଖାନାର ଦ୍ବିତୀୟ ତାଲାରେ ନିଆଁ ଲାଗିଥିଲା ବୋଲି ସୂଚନା ମିଳିଛି। ଏହାପରେ, ନିଆଁ କ୍ରମଶଃ ପ୍ରଥମ ତାଲାକୁ ବ୍ୟାପିଥିଲା। ତେଣୁ, ପ୍ରଥମ ତାଲାରେ ଶୋଇଥିବା ଲୋକମାନଙ୍କର ଆଉ ରକ୍ଷା ପାଇବାର ଉପାୟ ନ ଥିଲା।

    ନିଆଁ ଲିଭାଇବା ବ୍ୟବସ୍ଥା ନ ଥିବାରୁ ଘରର କୋଠରିରେ ଧୂଆଁ ଭରିଯାଇଥିଲା। ଫ‌ଳରେ ଶ୍ବାସରୁଦ୍ଧ ହୋଇ ଡାକ୍ତର ଦମ୍ପତିଙ୍କ ସମେତ ୬ଜଣଙ୍କର ମୃତ୍ୟୁ ଘଟିଥିଲା।ଅଗ୍ନିଶମ ବିଭାଗକୁ ସୂଚନା ଦିଆଯିବା ପରେ ଦୁଇଟି ଦମକଳ ପହଞ୍ଚି ଡାକ୍ତରଖାନାରୁ ସମୁଦାୟ ୯ଜଣଙ୍କୁ ଉଦ୍ଧାର କରିଥିଲେ।  ସେମାନଙ୍କୁ ନିକଟରେ ଥିବା ପାଟଳିପୁତ୍ର ନର୍ସିଂହୋମ୍‌ରେ ଭର୍ତ୍ତି କରାଯାଇଛି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook