Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଦୁଇ ଟ୍ରକ୍‌କୁ ୨ କୋଟିର ଜୋରିମାନା

    Share on :
    ajab-Image
    Date: Dec 1, 2022    Views: 3472

    ବାରିପଦା: ଟିକସ ଫାଙ୍କିବା ମହଙ୍ଗା ପଡ଼ିଲା। ଏହି ଅଭିଯୋଗରେ ଦୁଇ ଟ୍ରକ୍‌କୁ ଜବତ କରାଯିବା ସହ ୨ କୋଟିର ଜୋରିମାନା ନିର୍ଦ୍ଦେଶ ଦିଆଯାଇଛି। ଗୁଟକା ଓ ପାନ ମସଲା ବୋଝେଇ କରି ଦିଲ୍ଲୀରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ବେଳେ ବାରିପଦାଠାରେ ୨ ଟ୍ରକ୍‌କୁ ମାଡ଼ି ବସିଲା ସେଣ୍ଟ୍ରାଲ ଏକ୍ସସାଇଜ ଓ ଜିଏସ୍‌ଟି ବିଭାଗ । ମୟୂରଭଞ୍ଜ ଜିଲ୍ଲାର ୧୮ ନଂ ଜାତୀୟ ରାଜପଥର କୁଲିଅଣା ଟୋଲ ପ୍ଲାଜା ନିକଟରେ ଦୁଇଟି ଟ୍ରକକୁ ଜବତ କରାଯାଇଛି।
    ଟ୍ରକ୍ ଦୁଇଟିରେ ପ୍ରାୟ ୬ଶହରୁ ଊର୍ଦ୍ଧ୍ୱ ପେଟି ପାନ ମସଲା ଥିଲା।  ସେମାନଙ୍କର କାଗଜପତ୍ର ଯାଞ୍ଚ ବେଳେ ୱେ ବିଲ ସମେତ କେନ୍ଦ୍ରୀୟ ଟିକସ ଦିଆଯାଇ ନ ଥିବା ଜଣାପଡିଥିଲା। ଏହାପରେ ଜିଏସ୍‌ଟି ବିଭାଗ ପକ୍ଷରୁ ଦୁଇ କୋଟି ଟଙ୍କା ଜରିମାନା ନିର୍ଦ୍ଦେଶ ଦିଆଯାଇଛି।

    ତେବେ ଏହି ଟ୍ରକ୍‌ଦ୍ୱୟ ପ୍ରକୃତରେ କେଉଁଠାରୁ ଆସି କେଉଁ ମାଲିକ ପାଖକୁ ଯାଉଥିଲା ତାର ପ୍ରକୃତ ତଦନ୍ତ ଚାଲୁଥିବା କେନ୍ଦ୍ରୀୟ ଜିଏସ୍‌ଟି ବିଭାଗ ପକ୍ଷରୁ କୁହାଯାଇଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook