Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

FIFA WORLD CUP NEWS

ମୁଖ୍ୟ ଖବର

    ଫିଫା ବିଶ୍ୱକପ୍ ପୂର୍ବରୁ ଜର୍ମାନୀକୁ ବଡ଼ ଝଟକା, ବାଦ ପଡ଼ିଲେ ୱେର୍ଣ୍ଣର

    Share on :
    ajab-Image
    Date: Nov 4, 2022    Views: 2649

    ବର୍ଲିନ: ଆଗାମୀ ଫିଫା ବିଶ୍ୱକପ ପୂର୍ବରୁ ଆହତ ସମସ୍ୟା ଜର୍ମାନୀକୁ ଚିନ୍ତାରେ ପକାଇଛି । ଦଳର ଅଭିଜ୍ଞ ଷ୍ଟ୍ରାଇକର ଟିମୋ ୱେର୍ଣ୍ଣର ଆହତ ହୋଇ ବିଶ୍ୱକପରୁ ବାଦ ପଡ଼ିଛନ୍ତି । ତାଙ୍କ ବାମ ପାଦରେ ଆଘାତ ଲାଗିଥିବା କ୍ଲବ ଆରବି ଲିପଜିଗ ପକ୍ଷରୁ ଘୋଷଣା କରାଯାଇଛି ।
     
    ଚଳିତ ୟୁଇଏଫଏ ଚାମ୍ପିଅନ୍ସ ଲିଗ୍ ଗ୍ରୁପ ପର୍ଯ୍ୟାୟର ଏକ ମ୍ୟାଚ୍ ଅବସରରେ ୱେର୍ଣ୍ଣର ଆହତ ହୋଇଥିଲେ । ଉକ୍ତ ମ୍ୟାଚରେ ଲିପଜିଗ ୪-୦ ଗୋଲରେ ଶଖତର ଡୋନେସ୍କକୁ ପରାସ୍ତ କରିଥିଲା । ଆଘାତ ବର୍ତ୍ତମାନ ଗୁରୁତର ରହିଛି । ଫିଟ୍ ହେବା ପାଇଁ ତାଙ୍କୁ ଅତିକମରେ ୮ସପ୍ତାହରୁ ଉଦ୍ଧ୍ୱର୍ ସମୟ ଲାଗିବ । ୱେର୍ଣ୍ଣର ଜର୍ମାନୀ ପକ୍ଷରୁ ୫୫ଟି ମ୍ୟାଚ ଖେଳି ୨୪ଟି ଗୋଲ ସ୍କୋର କରିସାରିଛନ୍ତି । ୨୦୧୮ବିଶ୍ୱକପ ଓ ୨୦୨୦ ୟୁରୋ ଚାମ୍ପିଅନସିପରେ ସେ ଜର୍ମାନୀ ଦଳର ସଦସ୍ୟ ଥିଲେ । 
     

    Maximum 500 characters

    FIFA WORLD CUP NEWS View all

    Find Us on Facebook