Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

FIFA WORLD CUP NEWS

ମୁଖ୍ୟ ଖବର

    ରୋନାଲଡେ଼ାଙ୍କ ଭରସାରେ ପର୍ତ୍ତୁଗାଲ

    Share on :
    ajab-Image
    Date: Nov 9, 2022    Views: 2996

    କାତାରା: ପଡ଼ିଆରେ ନିଜର ପ୍ରିୟ ତାରକାଙ୍କ ଆପ୍ସନକୁ ଦେଖିବା ପାଇଁ ଫୁଟବଲ ପ୍ରେମୀଙ୍କ ଅପେକ୍ଷାର ଅନ୍ତ ଘଟିବାକ ଯାଉଛି । କାତାରା ଫିଫା ଫୁଟବଲ ବିଶ୍ୱକପ-୨୦୨୨ ଆଉ ମାତ୍ର ୧୧ ଦିନ ପରେ ଖେଳାଯିବ । ଉକ୍ତ ଫୁଟବଲ ମହାକୁମ୍ଭକୁ ନେଇ ଫୁଟବଲ ପ୍ରେମୀଙ୍କ ଆଗ୍ରହ ଚରମସୀମାରେ ପହଞ୍ଚିଛି । ଚଳିତ ବର୍ଷ ଏକାଧିକ ଫୁଟବଲ ତାରକା ମାନଙ୍କୁ ଦେଖିବାକୁ ମିଳିବ । ସେମାନଙ୍କ ମଧ୍ୟରେ ପର୍ତ୍ତୁଗାଲର ତାରକା ଫରୱାଡର଼୍ କ୍ରିଷ୍ଟିଆନ ରୋନାଲଡେ଼ା ଅନ୍ୟତମ । ପଞ୍ଚମଥର ପାଇଁ ବିଶ୍ୱକପ ଖେଳିବାକୁ ଯାଉଥିବା ବିଶ୍ୱର ଅନ୍ୟତମ ଶ୍ରେଷ୍ଟ ଫୁଟବଲର ରୋନାଲଡେ଼ା ସ୍ୱପ୍ନ ପୂରଣ ସହ ଦେଶକୁ ବିଶ୍ୱକପ ଟ୍ରଫି ଦେବା ନେଇ ଆଶାବାଦୀ ରହିଛନ୍ତି ।

    ୧୯୩୦ରୁ ଆରମ୍ଭ ହୋଇଥିବା ଫୁଟବଲ ମହାକୁମ୍ଭର ଏପର୍ଯ୍ୟନ୍ତ ୨୧ଟି ସଂସ୍କରଣ ଶେଷ ହୋଇଛି । ହେଲେ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଦଳ ପର୍ତ୍ତୁଗାଲ ଏ ପର୍ଯ୍ୟନ୍ତ ବିଶ୍ୱକପର ଟ୍ରଫିର ସ୍ୱାଦ ଅନୁଭବ କରିବାର ସୁଯୋଗ ପାଇନାହିଁ । ୧୯୬୬ ଇଂଲଣ୍ଡରେ ଆୟୋଜିତ ବିଶ୍ୱକପର ଅଷ୍ଟମ ସଂସ୍କରଣରେ ପର୍ତ୍ତୁଗାଲ ପ୍ରଥମଥର ପାଇଁ ସେମିଫାଇନାଲରେ ପହଞ୍ଚିଥିଲା । ଦଳ ସେମି ଫାଇନାଲରେ ଇଂଲଣ୍ଡ ନିକଟରୁ ପରାଜିତ ହୋଇଥିଲା । ସୋଭିଏତ ୟୁନିୟନକୁ ହରାଇ ୩ୟ ସ୍ଥାନ ହାସଲ କରିଥିଲା । ୨୦୦୬ ଜର୍ମାନୀରେ ଆୟୋଜିତ ବିଶ୍ୱକପର ୧୮ତମ ସଂସ୍କରଣରେ ମଧ୍ୟ ପର୍ତ୍ତୁଗାଲ ଦ୍ୱିତୀୟ ଥର ପାଇଁ ସେମିଫାଇନାଲରେ ଫ୍ରାନ୍ସ ନିକଟରୁ ପରାଜିତ ହୋଇଥିଲା । ୩ୟ ସ୍ଥାନ ପାଇଁ ମ୍ୟାଚରେ ଜର୍ମାନୀ ନିକଟରୁ ହାରି ୪ର୍ଥ ସ୍ଥାନ ହାସଲ କରିଥିଲା । ଉକ୍ତ ବିଶ୍ୱକପରେ କ୍ରିଷ୍ଟିଆନୋ ରୋନାଲଡେ଼ାଙ୍କ ପ୍ରଥମ ବିଶ୍ୱକପ ରହିଥିଲା ।

    ୨୦୧୦,୨୦୧୪ ଓ ୨୦୧୮ରେ କ୍ରିଷ୍ଟିଆନୋ ରୋନାଲଡେ଼ା ଖେଳିଥିଲେ ମଧ୍ୟ ଦଳ ସେମିଫାଇନାଲକୁ ଉନ୍ନୀତ ହୋଇପାରିନଥିଲା । ୩୭ ବର୍ଷୀୟ ରୋନାଲଡୋଙ୍କ ପାଇଁ ୨୦୨୨ ଶେଷ ବିଶ୍ୱକପ ହେବ । ଏନେଇ ଦଳ ଏହି ବିଶ୍ୱକପକୁ ସ୍ମରଣୀୟ କରିବାପାଇଁ ସମସ୍ତ ପ୍ରକାରର ଉଦ୍ରମ କରିବ । ୨୦୦୩ରେ ମାତ୍ର ୧୯ ବର୍ଷ ବୟସରେ ରୋନାଲଡୋ ପର୍ତ୍ତୁଗାଲ ପାଇଁ ଅନ୍ତର୍ଜାତୀୟ ଫୁଟବଲ ଜୀବନ ଆରମ୍ଭ କରିଥିଲେ । ଉକ୍ତ ବର୍ଷ ଫିଫା କ୍ଲବ ବିଶ୍ୱକପରେ ପ୍ରତିନିଧିତ୍ୱ କରିଥିଲେ । ସେ ୫ଥର ବାଲାନ ଡି ଓର ପୁରସ୍କାର, ୟୁରୋପିଆନ ଗୋଲଡେ଼ନ ସୁଜ ପୁରସ୍କାର ପାଇଥିଲେ ।

    ମୋଟ ଉପରେ ସେ କ୍ଲବ, ଅନ୍ତର୍ଜାତୀୟ ଓ ଜାତୀୟ ସ୍ତରରେ ୮୦୦ ଗୋଲ ସ୍କୋର କରିବାରେ ସଫଳ ହୋଇଛନ୍ତି । ରୋନାଲଡୋ ୧୯୧ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳି ୧୧୭ଟି ଗୋଲ ସ୍କୋର କରିଛନ୍ତି । ୨୦୧୬ୟୁରୋ କପରେ ରୌପ୍ୟ ଜୋତା ପୁରସ୍କାର ହାସଲ କରିଥିଲେ । ୨୦୨୦ୟୁରୋ କପର ଶ୍ରେଷ୍ଠ ଗୋଲ ସ୍କୋରର ମଧ୍ୟ ରହିଥିଲେ । ୭ ନମ୍ବର ଜର୍ସି ପିନ୍ଧି ଖେଳୁଥିବା ରୋନାଲଡୋଙ୍କ ଉପରେ ପର୍ତ୍ତୁଗାଲ ସମ୍ପୂର୍ଣ୍ଣ ଭାବେ ନିର୍ଭର କରୁଛି । ପର୍ତ୍ତୁଗାଲକୁ ଟ୍ରଫି ଜିତିବାକୁ ହେଲେ ରୋନାଲଡୋଙ୍କୁ ଚମକ ଦେଖାଇବାକୁ ପଡ଼ିବ ।    

    Maximum 500 characters

    FIFA WORLD CUP NEWS View all

    Find Us on Facebook