Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

FIFA WORLD CUP NEWS

ମୁଖ୍ୟ ଖବର

    ଫିଫା ବିଶ୍ୱକପ୍ : ପୋଗବା, କାଣ୍ଟେଙ୍କ ଅନୁପସ୍ଥିତିରେ ଏମବାପେ ଫ୍ରାନ୍ସର ଭରସା

    Share on :
    ajab-Image
    Date: Nov 4, 2022    Views: 2855

    ପ୍ୟାରିସ: ଆଉ ମାତ୍ର ଏକ ପକ୍ଷର ଅପେକ୍ଷା । କାତାରରେ ଅନୁଷ୍ଟିତ ହେବାକୁ ଯାଉଛି ଫିଫା ବିଶ୍ୱକପ । ଏହି ବିଶ୍ୱକପରେ ବ୍ରାଜିଲ ସହ କିଛି ୟୁରୋପୀୟ ଦଳ ବିଶ୍ୱକପ ଟ୍ରଫି ଜିତିବାକୁ ଲଢ଼ିବେ । ଫୁଟବଲର ପାୱାରହାଉସ ଭାବେ ପରିଚିତ ୟୁରୋପୀୟ ଦେଶଙ୍କ ମଧ୍ୟରେ ଅନ୍ୟତମ ଫେଭରିଟ ହେଉଛି ଫ୍ରାନ୍ସ । ଫ୍ରାନ୍ସ ମୋଟ ୨ଥର ଚମ୍ପିଆନ ହୋଇଥିଲେ ହେଁ  ବିଶ୍ୱକପରେ ସର୍ବଦା ଏହା ଏକ ଲଢୁଆ ଦଳର ମାନ୍ୟତା ପାଇଥାଏ ।

    କାତାରରେ ନଭେମ୍ବର ୨୦ରୁ ହେବାକୁ ଥିବା ବିଶ୍ୱକପ ପାଇଁ ମଧ୍ୟ ଫ୍ରାନ୍ସର ଅନ୍ୟତମ ଟାଇଟଲ ଦାବିଦାର । ଏହାର ପଥରୋଧ କରିବାର ପ୍ରୟାସ କରିବ ଅଦ୍ୟାବଧି ଏକମାତ୍ର ରାଷ୍ଟ୍ର ଭାବେ ସମସ୍ତ ବିଶ୍ୱକପ ଖେଳିଥିବା ଏବଂ ସର୍ବାଧିକ ୫ଥର ବିଶ୍ୱ ଚମ୍ପିଆନ ହୋଇଥିବା ବ୍ରାଜିଲ । ଉପରୋକ୍ତ ୨ ଦଳଙ୍କୁ ଛାଡ଼ି ଟାଇଟଲ ଦୌଡ଼ରେ ରହିବେ ୪ଥର ଲେଖାଏଁ ଚମ୍ପିଆନ ହୋଇଥିବା ଜର୍ମାନୀ ଓ ଇଟାଲୀ,  କ୍ରିଷ୍ଟିଆନୋ ରୋନାଲଡୋଙ୍କ ପର୍ତ୍ତୁଗାଲ, ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା ପ୍ରଭୃତି । ତେବେ ଫ୍ରାନ୍ସ ବିଶ୍ୱକପ ଟାଇଟେଲ ବଜାଇ ରଖିବାକୁ କାତାର ବାହାରିଥିବା ବେଳେ ଦଳ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ୨ପ୍ରମୁଖ ଖେଳାଳି ମିଡଫିଲଡର ଏନ୍’ଗୋଲୋ କାଣ୍ଟେ ଓ ତାରକା ଫରୱାଡର଼୍ ପଲ ପୋଗବା ଆହତ ହୋଇ ଦଳରୁ ବାଦପଡ଼ିବା । ତେଣୁ ଏଥର ଫ୍ରାନ୍ସକୁ ଜିତାଇବାର ଭାରି ପଡ଼ିବ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଫରୱାଡର଼୍ କିଲିଆନ୍ ଏମବାପେଙ୍କ ଉପରେ ।

    ଏମବାପେ ହେଉଛନ୍ତି ବିଶ୍ୱକପ ଇତିହାସରେ ବ୍ରାଜିଲର କିମ୍ବଦନ୍ତୀ ପେଲେଙ୍କ ପରେ ୨ୟ ଖେଳାଳି; ଯିଏ ଫାଇନାଲରେ ୨ଟି ଗୋଲ ସ୍କୋର କରିଛନ୍ତି । ୨୦୧୮ ବିଶ୍ୱକପ ଫାଇନାଲରେ ୨ଟି ଗୋଲ ସ୍କୋର କରିଛନ୍ତି । ୨୦୧୮ ବିଶ୍ୱକପ ଫାଇନାଲରେ କ୍ରୋଏସିଆ ବିପକ୍ଷରେ ଏମବାପେ ୨ଟି ଗୋଲ ଦେବାରୁ ଫ୍ରାନ୍ସ ୪-୨ ଗୋଲରେ ବିଜୟୀ ହୋଇଥିଲା । ନିକଟରେ ବିଶ୍ୱର ଶ୍ରେଷ୍ଠ ଫୁଟବଲର ଭାବେ ପୁରସ୍କାର ପାଇଥିବା ବେଞ୍ଜିମା ଦଳରେ ଥିଲେ ହେଁ ସେ ସମ୍ପୂର୍ଣ୍ଣ ଫିଟ ହୋଇନାହାନ୍ତି । ତଥାପି ପୋଗବାଙ୍କ ଅନୁପସ୍ଥିତିକୁ ବେଞ୍ଜିମା ଭରଣା କରିପାରନ୍ତି । ତେବେ ଗୋଲ ସ୍କୋର କରିବାର ଦାୟିତ୍ୱ ରହିବ ଏମବାପେଙ୍କ ଉପରେ ।   

    Maximum 500 characters

    FIFA WORLD CUP NEWS View all

    Find Us on Facebook