ମୁଖ୍ୟ ଖବର
ନୂଆଦିଲ୍ଲୀ : ଆରମ୍ଭ ହୋଇଯାଇଛି ପରୀକ୍ଷା ଋତୁ । କରୋନା ପାଇଁ ଗତ ଦୁଇବର୍ଷ ଧରି ପରୀକ୍ଷା ବାଧାପ୍ରାପ୍ତ ହୋଇଥିଲା । କିନ୍ତୁ ଏବେ କରୋନା ହଟିଯାଇଥିବାରୁ କ୍ଲାସରୁମ ପରୀକ୍ଷା ନେଇ ବିଭିନ୍ନ ରାଜ୍ୟରେ ପରୀକ୍ଷା ତାରିଖ ଘୋଷଣା ସହ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।
ଓଡ଼ିଶାରେ ବିଏସଇ ଓ ସିଏଚଏସଇ ପକ୍ଷରୁ ତାରିଖ ଘୋଷଣା ସରିଛି । ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ଗୋଆରେ ମଧ୍ୟ ଯୁକ୍ତ ଦୁଇ ଓ ଦଶମ ପରୀକ୍ଷା ଅପ୍ରେଲରେ ହିଁ କରାଯିବ । ଉତରପ୍ରଦେଶ, ଗୁଜୁରାଟ, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗରେ ପରୀକ୍ଷା ଆରମ୍ଭ ହୋଇସାରିଛି । କୋଭିଡ଼ କଟକଣା ଭିତରେ ପରୀକ୍ଷା କରାଯାଉଛି । ଛାତ୍ରଛାତ୍ରୀମାନେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରି ପରୀକ୍ଷା ଦେଉଛନ୍ତି ।
ତେବେ ତାମିଲନାଡ଼ୁରେ ମେ’ରେ ପରୀକ୍ଷା ହେବ । ସେଠାରେ ଦଶମ ଓ ଦ୍ୱାଦଶ ପରୀକ୍ଷା ମେ’ ୫ରୁ ଆରମ୍ଭ ହେବାକୁ ଯାଉଛି ।
Comments ସମସ୍ତ ମତାମତ