Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆମ ସମସ୍ୟା

ମୁଖ୍ୟ ଖବର

    ୟୁରୋ କପରୁ ବାଦ ପଡ଼ିଲେ ଡେମ୍ବଲେ

    Share on :
    ajab-Image
    Date: Jun 22, 2021    Views: 3127

    ପ୍ୟାରିସ: ଫ୍ରାନ୍ସ ଅଗ୍ରଭାଗ ଖେଳାଳି ଓସମାନ ଡେମ୍ବଲେ ଆହତ ଯୋଗୁଁ ୟୁରୋ ୨୦୨୦ରୁ ବାଦ ପଡ଼ିଛନ୍ତି ବୋଲି ସୋମବାର ଫ୍ରେଞ୍ଚ ଫୁଟବଲ ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ଶନିବାର ହଙ୍ଗେରି ବିପକ୍ଷ ମ୍ୟାଚର ଦ୍ୱିତୀୟାର୍ଦ୍ଧରେ ବଦଳ ଖେଳାଳି ଭାବେ ଡେମ୍ବଲେ ପ୍ରବେଶ କରିଥିଲେ । ତାଙ୍କ ପ୍ରଦର୍ଶନରେ ବିଶ୍ୱ ବିଜେତା ଫ୍ରାନ୍ସ ମ୍ୟାଚକୁ ୧-୧ ଗୋଲରେ ଅମୀମାଂସିତ ରଖିବାକୁ ସକ୍ଷମ ହୋଇଥିଲା । ହେଲେ ଡେମ୍ବଲେଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା ।  “ରବିବାର ରାତିରେ ବୁଦାପେଷ୍ଟ ଡାକ୍ତରଖାନାରେ ଡେମ୍ବଲେଙ୍କର ଏକ୍ସରେ କରାଯାଇଥିଲା । ତାଙ୍କର ଆଘାତ ସମସ୍ୟା ଜଟିଳ ଥିବା ଜଣାପଡ଼ିଥିଲା । ସୁସ୍ଥ ହେବାକୁ କିଛି ଦିନ ଲାଗିବ । ଦଳୀୟ ଡାକ୍ତର ଫ୍ରାଙ୍କ ଲି’ଗଲଙ୍କ ସହ ଆଲୋଚନା ପରେ ଡେମ୍ପଲେଙ୍କୁ ବାଦ ଦେବାକୁ ପ୍ରଶିକ୍ଷକ ଦିସିଏର ଡେସଚାମ୍ପ ନିଷ୍ପତ୍ତି ନେଇଥିଲେ” ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି ।

    Maximum 500 characters

    ଆମ ସମସ୍ୟା View all

    Find Us on Facebook