Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆମ ସମସ୍ୟା

ମୁଖ୍ୟ ଖବର

    ଇଟାଲୀ ହାତରେ ୟୂରୋ କପ

    Share on :
    ajab-Image
    Date: Jul 12, 2021    Views: 2411

    ଭୁବନେଶ୍ୱର : ବହୁ ଚର୍ଚ୍ଚିତ ୟୂରୋ କପ ଶେଷ ହୋଇଛି  । ଇଂଲଣ୍ଡକୁ ପରାସ୍ତ କରି ଇଟାଲୀ ଚମ୍ପିଆନ ହୋଇଛି  । ଫାଇନାଲ ମ୍ୟାଚଟି ବେଶ ସଂଘର୍ଷମୟ ହୋଇଥିବାବେଳେ ପେନାଲଟି ଜରିଆରେ ଫଳାଫଳ ଘୋଷିତ ହୋଇଥିଲା  ।

    ରବିବାର ଉଭୟ ଇଟାଲୀ ଓ ଇଂଲଣ୍ଡ ଚମ୍ପିଆନ କପ ହାତେଇବା ପାଇଁ ମଇଦାନକୁ ଓହ୍ଲାଇଥିଲେ  । ଖେଳର ମାତ୍ର ୨ ମିନିଟରେ ଇଂଲଣ୍ଡର ଲୁକ ସ ଗୋଲ ଦେଇଥିଲେ  । ତେବେ ମ୍ୟାଚର ୬୭ତମ ମିନିଟରେ ଇଟାଲୀର ଲିଓନାର୍ଡୋ ବୋନୁସି ଗୋଲ ଦେଇ ମ୍ୟାଚକୁ ସମାନସ୍ତରକୁ ଆଣିଥିଲେ  । ୯୦ ମିନିଟର ଖେଳ ଶେଷବେଳକୁ ମ୍ୟାଚ ୧-୧ରେ ଥିବାରୁ ଅତିରିକ୍ତ ସମୟ ଦିଆଯାଇଥିଲା  । କିନ୍ତୁ ମ୍ୟାଚ ଅମୀମାଂସିତ ରହିବାରୁ ପେନାଲଟି ଜରିଆରେ ଫାଇନାଲିଷ୍ଟ ଚୟନ ପାଇଁ ରେଫରୀ ନିଷ୍ପତି ନେଇଥିଲେ  । ତେବେ ପେନାଲଟିରେ ଇଟାଲୀ ୩-୨ରେ ମ୍ୟାଚକୁ ଜିତିଯାଇଥିଲା  ।

    ଇଟାଲୀ ଏକ ଟାଣୁଆ ଦଳ ହୋଇଥିଲେ ବି ବିଗତ କିଛି ବର୍ଷ ଧରି ଦଳ ଚମ୍ପିଆନ ହୋଇପାରିନଥିଲା  । ଅପରପକ୍ଷରେ ୧୯୬୬ ପରଠାରୁ ଇଂଲଣ୍ଡ ଫାଇନାଲ ମ୍ୟାଚ ଖେଳିପାରିନଥିଲା  ।

    Maximum 500 characters

    ଆମ ସମସ୍ୟା View all

    Find Us on Facebook