Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆମ ସମସ୍ୟା

ମୁଖ୍ୟ ଖବର

    ଫାଇନାଲରେ ଇଟାଲି, ପେନାଲଟି ସୁଟଆଉଟରେ ହାରିଲା ସ୍ପେନ

    Share on :
    ajab-Image
    Date: Jul 8, 2021    Views: 2963

    ଲଣ୍ଡନ: ଚଳିତ ୟୁରୋ କପ ଫୁଟବଲ ପ୍ରତିଯୋଗିତାର ଫାଇନାଲରେ ପ୍ରଥମ ଦଳ ଭାବେ ଇଟାଲି ପ୍ରବେଶ କରିଛି । ମଙ୍ଗଳବାର ମଧ୍ୟରାତ୍ରିରେ ୱେମ୍ବଲି ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲରେ ଇଟାଲି ୪-୨ (୧-୧) ପେନାଲଟି ସୁଟଆଉଟରେ ସ୍ପେନକୁ ମାତ ଦେଇଥିଲା । ନିର୍ଦ୍ଧାରିତ ସମୟ ସହ ଅତିରିକ୍ତ ସମୟ ମ୍ୟାଚ ୧-୧ ଗୋଲରେ ଅମୀମାଂସିତ ରହିବାରୁ ଫଳାଫଳ ଲାଗି ପେନାଲଟି ସୁଟଆଉଟର ସହାୟତା ନିଆଯାଇଥିଲା । ଏଥିରେ ଇଟାଲିର ଆଣ୍ଡ୍ରିଆ ବେଲୋଟି, ଲିଓନାର୍ଡୋ ବୋନୁସି, ଫେଡରିକୋ ବର୍ନାର୍ଡେଚି, ଜର୍ଗିନୋ ଗୋଲ ଦେବାକୁ ସକ୍ଷମ ହୋଇଥିଲା ବେଳେ ମାନୁଏଲ ଲକାଟେଲି ବିଫଳ ହୋଇଥିଲେ । ଅନ୍ୟପକ୍ଷରେ ସ୍ପେନର ଜେରାର୍ଡ ମୋରେନୋ, ଥିଆଗୋ ଆଲକାଣ୍ଟାରା ଗୋଲ ଦେଇଥିଲା ବେଳେ ଡାନି ଓଲମୋ ଓ ଆଲଭାରୋ ମୋରାଟା ବିଫଳ ହୋଇଥିଲେ । ମ୍ୟାଚର ପ୍ରଥମାର୍ଦ୍ଧ ଗୋଲ ଶୂନ୍ୟରେ ଶେଷ ହୋଇଥିଲା । ଦ୍ୱିତୀୟାର୍ଦ୍ଧର ଦଶମ ମିନିଟରେ ଫେଡରିକୋ ଚିସା (୬୦ ମିନିଟ) ପ୍ରଥମ ଗୋଲ ଦେଇ ଇଟାଲି ଦଳକୁ ଆଗୁଆ କରିଥିଲେ । ହେଲେ ଏହାର ୨୦ ମିନିଟରେ ସ୍ପେନର ଆଲଭାରୋ ମୋରାଟା ଗୋଲଟି ଶୁଝି ସ୍ଥିତି ବରାବର କରିଦେଇଥିଲେ । ଫଳରେ ନିର୍ଦ୍ଧାରିତ ସମୟ ମ୍ୟାଚ ୧-୧ ସମାନ ସ୍ଥିତିରେ ଶେଷ ହୋଇଥିଲା । ତେଣୁ ମ୍ୟାଚ ଅତିରିକ୍ତ ସମୟକୁ ଯାଇଥିଲା । ଏଥିରେ ଉଭୟ ଦଳ ଗୋଲ କରିବାକୁ ସକ୍ଷମ ନହେବାରୁ ମ୍ୟାଚ ସେହି ୧-୧ରେ ରହିଥିଲା । ଶେଷରେ ଫଳାଫଳ ନିର୍ଣ୍ଣୟ ପାଇଁ ପେନାଲଟି ସୁଟଆଉଟର ସହାୟତା ନିଆଯାଇଥିଲା । ଏଥିରେ ଇଟାଲି ଆଗରେ ରହି ୨୦୧୨ ପରେ ପ୍ରଥମ ଥର ଲାଗି ଫାଇନାଲରେ ପ୍ରବେଶ କରିଥିଲା । ୨୦୧୨ ଫାଇନାଲରେ ଇଟାଲି ୦-୪ ଗୋଲରେ ସ୍ପେନଠୁ ହାରି ଉପବିଜେତାରେ ସନ୍ତୁଷ୍ଟ ରହିଥିଲା । ୧୯୬୮ ବିଜେତା ଇଟାଲି ଏଥର କିନ୍ତୁ ସେମିଫାଇନାଲ ବିଜୟ ସହ ୨୦୧୨ ଫାଇନାଲ ପରାଜୟର ମଧୁର ପ୍ରତିଶୋଧ ନେଇଥିଲା ।

    Maximum 500 characters

    ଆମ ସମସ୍ୟା View all

    Find Us on Facebook