Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଏନକାଉଣ୍ଟର : ୩ ପୋଲିସ କର୍ମଚାରୀ ସହିଦ

    Share on :
    ajab-Image
    Date: May 14, 2022    Views: 3495

    ଭୋପାଳ: ମଧ୍ୟ ପ୍ରଦେଶର ଗୁନାରେ ବଡ ଅଘଟଣ । ଶିକାରୀଙ୍କ ଆକ୍ରମଣରେ ୩ ପୋଲିସ କର୍ମଚାରୀ ସହିଦ ହୋଇଛନ୍ତି। ଏନକାଉଣ୍ଟରରେ ଜଣେ ଏସଆଇରାଜ କୁମାର ଜାଦବ,କନେଷ୍ଟବଳ ନୀରଜ ଭାର୍ଗବ ଓ ଶାନ୍ତାରାମ ସହିଦ ହୋଇଛନ୍ତି । ସୂଚନା ଅନୁସାରେ, ମଧ୍ୟପ୍ରଦେଶର ଗୁନାରେ ଶିକାରୀମାନେ କୃଷ୍ଣସାର ମୃଗ ଶୀକାର କରୁଥିବା ନେଇ ପୋଲିସକୁ ବିଶେଷ ସୂତ୍ରରୁ ଖବର ମିଳିଥିଲା । ପରେ ସେହି ସ୍ଥାନରେ ପୋଲିସ ଟିମ ଚଢାଉ କରିଥିଲା । ପରେ ଶିକାରୀମାନେ ପୋଲିସ ଉପରକୁ ଗୁଳିମାଡ କରିଥିଲେ ।

    ପୋଲିସ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲା । ଏଥିରେ ଜଣ ପୋଲିସ ଏସଆଇରାଜ କୁମାର ଯାଦବ, କନେଷ୍ଟବଳ ନୀରଜ ଭାର୍ଗବ ଓ ଶାନ୍ତାରାମ ସହିଦ ହୋଇଥିଲେ । ଘଟଣାସ୍ଥଳରେ ଗୁନା ଏସପି ରାଜୀବ ମିଶ୍ରା ଓ ବରିଷ୍ଠ ପୋଲିସ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଘଟଣାସ୍ଥଳରୁ ଚାରୋଟି କୃଷ୍ଣସାର ମୃଗଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ ।

    Maximum 500 characters

    ତାଜା ଖବର View all

    Find Us on Facebook