Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଟ୍ରେନ ଧକ୍କାରେ ଦନ୍ତା ମୃତ

    Share on :
    ajab-Image
    Date: Nov 2, 2025    Views: 3722

    ବୈଶିଙ୍ଗା: ଶନିବାର ବିଳମ୍ବିତ ରାତିରେ ବେତନଟୀ ରେଞ୍ଜ ତଥା ବୈଶିଙ୍ଗା ଥାନା ଅଧୀନ ୧୮ନଂ ଜାତୀୟ ରାଜପଥ ପାର୍ଶ୍ୱ ଆଗ୍ରିଆ ଛକ ନିକଟରେ ଥିବା ରେଳ ଧାରଣାରେ ପଶ୍ଚିମବଙ୍ଗ ସାଲିମାରରୁ ଆସୁଥିବା ଦ୍ରୁତଗାମୀ ସାଲିମାର ଏକ୍ସପ୍ରେସ ଧକ୍କାରେ ଗୋଠ ଛଡା ଦନ୍ତା ହାତୀର ଶୋଚନୀୟ ମୃତ୍ୟୁ ଘଟିଛି ।
    ସୂଚନା ଅନୁଯାୟୀ, ବେତନଟୀ ରେଞ୍ଜରେ ବିଭିନ୍ନ ସ୍ଥାନରେ ୨୦ରୁ ଅଧିକ ଝାଡ଼ଖଣ୍ଡୀ ହାତୀ ବିଚରଣ କରୁଥିବାବେଳେ ସେଥିମଧ୍ୟରୁ ଏକ ଗୋଠ ଛଡା ଦନ୍ତା ହାତୀ ସନ୍ଧ୍ୟାରେ ଜଙ୍ଗଲରୁ ବାହାରି ଚାଷ ଜମିରେ ବୁଲୁବୁଲୁ ଗ୍ରାମ ପାର୍ଶ୍ୱବର୍ତ୍ତୀ ହୋଇଥିଲା। ତେବେ ରାତି ପ୍ରାୟ ୧୧ଟା ୩୦ମିନିଟରେ ଦନ୍ତା ଶ୍ରବଣା ଗ୍ରାମ ଆଡୁ ଆସି ଆଗ୍ରିଆ ରେଲୱେ ଫାଟକ ନିକଟରେ ରେଳ ଧାରଣା ଅତିକ୍ରମ କରୁଥିବାବେଳେ ହଠାତ ସାଲିମାରରୁ ବାରିପଦା ଅଭିମୁଖେ ଯାଉଥିବା ଦ୍ରୁତଗାମୀ ସାଲିମାର ଏକ୍ସପ୍ରେସ ସମ୍ମୁଖରେ ପଡିଯାଇଥିଲା ଓ ହାତୀକୁ ଶକ୍ତ ଧକ୍କା ଦେଇଥିଲା ।ତେବେ ଘଟଣା ସ୍ଥଳରେ ହିଁ ହାତୀଟିର ଜୀବନ ଚାଲିଯାଇଥିଲା । ଅନ୍ୟପଟେ ଦୁର୍ଘଟଣା ପାଇଁ ଟ୍ରେନ ମଧ୍ୟ କିଛି ସମୟ ଅଟକି ରହିଛି। ଖବର ପାଇ ବନବିଭାଗର କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

    Maximum 500 characters

    ତାଜା ଖବର View all

    Find Us on Facebook