Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆମ ଭାଷା ଆମ ସାହିତ୍ୟ

ମୁଖ୍ୟ ଖବର

    ଖେଲାହବେ : ଟିଏମସି ୨୦୬ ଆସନରେ ଆଗୁଆ

    Share on :
    ajab-Image
    Date: May 2, 2021    Views: 3627

    କୋଲକାତା : ବିଜେପି ୨୦୦ ଆସନ ପାଇବାର ନାରା ଦେଇଥିଲା  । ଅପରପକ୍ଷରେ ମମତା ବାନାର୍ଜୀ ଖେଲା ହବେର ନାରା ଦେଇଥିଲେ  । ବିଜେପିର ସବୁ ପ୍ରୟାସ ସତ୍ୱେ ମମତାଙ୍କ ଟିଏମସି ଜବରଦସ୍ତ ପ୍ରଦର୍ଶନ କରିଛି  । ୪ ଘଂଟାର ଭୋଟ ଗଣତି ପରେ ଟିଏମସି ୨୦୬ ଆସନରେ ଆଗୁଆ ଥିବାବେଳେ ବିଜେପି ୮୩ ଆସନରେ ଆଗୁଆ ରହିଛି । ସେହିପରି ବାମମେଂଟ ୧ ଓ ଅନ୍ୟ ୨ ଆସନରେ ଆଗୁଆ ରହିଛନ୍ତି  ।

    ସାରା ଭାରତର ନଜର ପଶ୍ଚିମବଙ୍ଗ ନିର୍ବାଚନ ଉପରେ ଥିଲା । କାହିଁକିନା ମମତାଙ୍କୁ ଗାଦିରୁ ହଟାଇବା ପାଇଁ ବିଜେପି ସେଠାରେ ବହୁ ପରିଶ୍ରମ କରିଥିଲା  । ୨୦୧୯ ନିର୍ବାଚନରେ ବି ବିଜେପି ଆଶାତୀତ ପ୍ରଦର୍ଶନ କରିଥିଲା । ଗତ ବିଧାନସଭା ନିର୍ବାଚନରେ ଦଳ ୩ଟି ଆସନ ପାଇଥିବାବେଳେ ଏବେ ପ୍ରାୟ ୮୦ରୁ ଉଦ୍ଧ୍ୱର୍ ଆସନରେ ଆଗୁଆ ରହିଛି  । ଅପରପକ୍ଷରେ ଭୋଟ ଗଣତି ଜାରି ରହିଥିବାବେଳେ ବିଜେପି କ୍ଷମତାକୁ ଫେରିବା ନିଶ୍ଚିତ ବୋଲି ମୁଖପାତ୍ରମାନେ ଦାବି କରିଛନ୍ତି  ।

    ତେବେ ସବୁଠାରୁ ବଡ଼ କଥା ହେଉଛି ମମତା ବାନାର୍ଜୀ ଏବେ ନିଜ ନନ୍ଦୀଗ୍ରାମ ଆସନରେ ପଛରେ ରହିଛନ୍ତି  ।

    Maximum 500 characters

    ଆମ ଭାଷା ଆମ ସାହିତ୍ୟ View all

    Find Us on Facebook