Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଆଜି ୩ ଲୋକସଭା ଏବଂ ୩୦ ବିଧାନସଭା ଆସନରେ ଉପନିର୍ବାଚନ

    Share on :
    ajab-Image
    Date: Oct 30, 2021    Views: 4386

    ନୂଆଦିଲ୍ଲୀ: ଆଜି ଦେଶର ଖାଲିଥିବା ୩ ଲୋକସଭା ଏବଂ ୩୦ ବିଧାନସଭା ଆସନରେ ଉପନିର୍ବାଚନ । ୧୪ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ଚାଲିଛି ମତଦାନ ।

    କୋଭିଡର ସମସ୍ତ ଗାଇଡଲାଇନ ଅନୁସାରେ ଉପନିର୍ବାଚନ ନେଇ ଭାରତୀୟ ନିର୍ବାଚନ କମିଶନ ଘୋଷଣା କରିଛନ୍ତି । ତେବେ କେନ୍ଦ୍ରଶାସିତ ଅଞ୍ଚଳ ଦାଦ୍ରାନଗର ହାବେଳି, ମଧ୍ୟ ପ୍ରଦେଶର ଖଣ୍ଡୱା ଏବଂ ହିମାଚଳ ପ୍ରଦେଶର ଗୋଟିଏ ଲୋକସଭା ଆସନର ଉପନିର୍ବାଚନ  । ସେହିପରି ୩୦ ବିଧାନସଭା ଆସନ ମଧ୍ୟରୁ ୫ ଆସାମ, ୪ ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ, ମେଘାଳୟରୁ ୩, ବିହାର, କର୍ଣ୍ଣାଟକ ରାଜସ୍ଥାନରୁ ୨, ଆନ୍ଧ୍ର ପ୍ରଦେଶ, ହରିୟାଣା, ମହାରାଷ୍ଟ୍ର, ମିଜୋରାମ, ନାଗାଲାଣ୍ଡ ଏବଂ ତେଲେଙ୍ଗାନାରୁ ଗୋଟିଏ ଲେଖାଏଁ ଆସନରୁ ଉପନିର୍ବାଚନ  ।ଆସନ୍ତା ନଭେମ୍ବର ୨ରେ ଭୋଟ ଗଣତି ପାଇଁ ନିର୍ବାଚନ କମିଶନ ଘୋଷଣା କରିଛନ୍ତି । ତେବେ କୋରୋନା, ବାତ୍ୟା, ଜଳବାୟୁ ପରିବର୍ତ୍ତନ ଆଦି ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ଆଜିକୁ ଉପନିର୍ବାଚନ ଅନୁଷ୍ଠିତ ନେଇ ସ୍ପଷ୍ଟ କରିଥିଲେ ।

    Maximum 500 characters

    ରାଜନୀତି View all

    Find Us on Facebook