Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    କ’ଣ ପାଇଁ ଏଲନ ମସ୍କ ଟ୍ୱିଟର ଖରିଦ କାରବାରକୁ ସ୍ଥଗିତ ରଖିଲେ, ଜାଣନ୍ତୁ

    Share on :
    ajab-Image
    Date: May 14, 2022    Views: 4123


    ୱାଶିଂଟନ : ବିଶ୍ୱର ଧନୀ ବ୍ୟକ୍ତି ତଥା ଟେସଲା ସିଇଓ ଏଲନ ମସ୍କ ଟ୍ୱିଟର କ୍ରୟ ଚୁକ୍ତିକୁ ସ୍ଥଗିତ ରଖିଛନ୍ତି । ଏ ସମ୍ପର୍କରେ ସେ ଟ୍ୱିଟ୍ କରି ଜଣାଇଛନ୍ତି । ତେବେ ଏହା ସେ ମଜାରେ କହିଛନ୍ତି ଅଥବା ଗୁରୁତ୍ୱର ସହିତ ଏଭଳି ନିଷ୍ପତ୍ତି ନେଇଛନ୍ତି , ଯେ ସମ୍ପର୍କରେ ସ୍ପଷ୍ଟ ଜଣାପଡିନାହିଁ । ସଦ୍ୟତମ ଟ୍ୱିଟରେ ମସ୍କ କହିଛନ୍ତି ଯେ ସେ ୪୪ ବିଲିଅନ ଡଲାର  ମୂଲ୍ୟରେ ଟ୍ୱିଟର ଅଧିଗ୍ରହଣ  ଯୋଜନାକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖିଛନ୍ତି । ଏପରିକି ସେ ଟ୍ୱିଟରକୁ ଆଦୌ ଖରିଦ କରିନପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି ।

    ସୂଚନାଯୋଗ୍ୟ ଯେ ଗତ ମାସରେ ଏଲନ ମସ୍କ ୪୪ ବିଲିଅନ ଡଲାର ଦେଇ ଟ୍ୱିଟରକୁ ଖରିଦ କରିବାକୁ ଏକତରଫା ପ୍ରସ୍ତାବ ଦେଇଥିଲେ । ତେବେ କମ୍ ଦିନ ବ୍ୟବଧାନରେ ପୁଣି ସେ ଏହାକୁ ସ୍ଥଗିତ ରଖିବା ସମ୍ପର୍କରେ ପ୍ରକାଶ କରିବା ବିଷୟକୁ ନେଇ ଅନେକ ସନେ୍ଦହ ପ୍ରକଟ କରିଛନ୍ତି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook