Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ଭଲ ଖବର : ଏହିସବୁ ହସପିଟାଲରେ ଲାଗିବ ଏକମୋ ମେସିନ

    Share on :
    ajab-Image
    Date: Jun 10, 2021    Views: 8805

    1. ଭୁବନେଶ୍ୱର : ରାଜ୍ୟରେ ୬ଟି ଏକମୋ( ଏକ୍ସଟ୍ରା କର୍ପୋରିଲ ମେମ୍ବ୍ରେନ୍ ଅକ୍ସିଜେନେସନ୍) ପାଇଁ ରାଜ୍ୟ ସରକାର ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏସସିବି ମେଡିକାଲ କଲେଜ ସମେତ କ୍ୟାପିଟାଲ ହସ୍ପିଟାଲରେ ଏହି ଏକମୋ ମେସିନକୁ ଲଗାଯିବାର ଯୋଜନା ରହିଥିବା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ସିଏସଆର ପାଣ୍ଠିରୁ ଏହି ଜୀବନ ରକ୍ଷାକାରୀ ଯନ୍ତ୍ରାପାତି କିଣାଯିବାକୁ ଯୋଜନା କରାଯାଇଥିବା ସେ କହିଛନ୍ତି । କରୋନାର ଦ୍ୱିତୀୟ ଲହରରେ ହଠାତ୍ ଏକମୋ ମେସିନର ଚାହିଦା ବଢ଼ି ଯାଇଛି । କରୋନାରେ ସଂକ୍ରମିତ ହେବା ପରେ ଅନେକଙ୍କ ଫୁସଫୁସ୍ ମାତ୍ରାଧିକ କ୍ଷତିଗ୍ରସ୍ତ ହେଉଥିବା ବେଳେ ଏଥିପାଇଁ ଏକମୋ ମେସିନର ଆବଶ୍ୟକତା ପଡ଼ୁଛି । ରାଜ୍ୟରେ ଏକମୋ ମେସିନ ନ ଥିବାରୁ ଏକାଧିକ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ରାଜ୍ୟ ବାହାରକୁ ଯିବାକୁ ପଡ଼ିଛି । ତେଣୁ ରାଜ୍ୟ ସରକାର ୬ଟି ଏକମୋ ମେସିନ କିଣିବା ଲାଗି ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିଛନ୍ତି ।
    2.  
    3. ଡିଏମଇଟି ପ୍ରଫେସର ଡା. ସିବିକେ ମହାନ୍ତି କହିଛନ୍ତି, ଏହା ଏକ ବ୍ୟୟବହୁଳ ଚିକିତ୍ସା । ପ୍ରଥମେ ଏହାକୁ ବ୍ୟବାହାର କରିବା ଲାଗି ୪/୫ଲକ୍ଷ ଟଙ୍କା ଦରକାର ପଡ଼ୁଛି । ପରେ ଚିକିତ୍ସା ଜାରି ରଖିବାକୁ ପ୍ରତ୍ୟେକ ଦିନ ୧-୨ଲକ୍ଷ ଟଙ୍କା ଖର୍ଚ ହେଉଛି । ଆଗରୁ ଫୁସଫୁସ ପ୍ରତିରୋପଣ ବେଳେ ଏହାକୁ ବ୍ୟବହାର କରାଯାଉଥିଲା । କୋଭିଡ ପରିସ୍ଥିତିରେ ଯେତେବେଳେ ଅତି ଗୁରୁତର ନିମୋନିଆ ହେଉଛି, ଭେଣ୍ଟିଲେଟର ବିଫଳ ହେଉଛି ସେତବେଳେ ଏକମୋ ମେସିନର ଆବଶ୍ୟକତା ପଡ଼ୁଛି । ଏବେ ଏହାର ପ୍ରଚାର ପ୍ରସାର ଯୋଗୁଁ ଲୋକଙ୍କ ମଧ୍ୟରେ ଉତ୍ସୁକତା ବଢ଼ି ଯାଇଛି । ଏକମୋ ମେସିନ ସାମୟିକ ଭାବେ କିଛିଦିନ ରୋଗୀଙ୍କୁ ବଞ୍ଚାଇ ଦେଇପାରେ । ଏହା ଏକ ଜୀବନ ରକ୍ଷାକାରୀ ଯନ୍ତ୍ରାପତି । ମାତ୍ର ଏଥିପାଇଁ ଯେତିକି ମାନବ ସମ୍ବଳର ଆବଶ୍ୟକତା ରହିଛି ତାହା ନ ଥିଲେ କେବଳ ମେସିନ୍? ଆଣିଦେଲେ କିଛି ଲାଭ ନାହିଁ । ଏଥିପାଇଁ ମାନବ ସମ୍ବଳ ସୃଷ୍ଟି କରିବା ବହୁତ କଷ୍ଟ । କୋଭିଡ ଆସିବା ପୂର୍ବରୁ ଏହାର ଉପଯୋଗିତା ବହୁତ କମ୍ ଥିଲା । ଭାରତରେ ଏହି ମେସିନର ଉତ୍ପାଦନ କରାଯାଉନି । ତେଣୁ ଏହାକୁ ବିଦେଶରୁ ଆଣିବା ଲାଗି ପ୍ରକ୍ରିୟା ଜାରି ରହିଥିବା ଡା. ମହାନ୍ତି କହିଛନ୍ତି । ଏକମୋ ମେସିନ କିଣିବା ଲାଗି ରାଜ୍ୟ ସରକାର ୬ଜଣିଆ ବୈଷୟିକ କମିଟି ଗଠନ କରିଛନ୍ତି । ଏହି କମିଟି ମେସିନ୍ କିଣାଠାରୁ ଏହାର ବୈଷୟିକ ବିଶେଷତା ଉପରେ ନଜର ରଖିବା ଲାଗି କୁହାଯାଇଛି ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook