ମୁଖ୍ୟ ଖବର
ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ ଶକ୍ତିଶାଳୀ ଭୂକମ୍ପ ଝଟ୍କା ଲାଗିଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭ ରେକର୍ଡ କରାଯାଇଛି। ଭୂମିକମ୍ପଟି ପ୍ରାୟ ୧୦ କିଲୋମିଟର ଗଭୀରତାରେ ଅନୁଭୂତ ହୋଇଥିଲା । ଭୂମିକମ୍ପ ହେବା ସମୟରେ ସ୍ତାନୀୟ ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ବାହାରି ଆସିଥିଲେ। ବର୍ତ୍ତମାନ୍ ପର୍ୟ୍ୟନ୍ତ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ। ଶକ୍ତିଶାଳୀ ଭୂମିକମ୍ପ ପରେ କୌଣସି ସୁନାମି ଚେତାବନୀ ଜାରି କରାଯାଇ ନାହିଁ ।
ଆମେରିକାର ଭୂତତ୍ତ୍ୱ ସର୍ଭେ ଅନୁସାରେ, ଏହି ଭୂମିକମ୍ପ ଅଲାସ୍କାରୁ ପ୍ରାୟ ୩୭୦ କିଲୋମିଟର ଉତ୍ତର-ପଶ୍ଚିମରେ ଏବଂ ୟୁକୋନର ହ୍ୱାଇଟହାର୍ସରୁ ୨୫୦ କିଲୋମିଟର ପଶ୍ଚିମରେ ଅନୁଭୂତ ହୋଇଥିଲା । ଏହା ଅଲାସ୍କାର ୟାକୁଟାଟ୍ ଠାରୁ ପ୍ରାୟ ୯୧ କିଲୋମିଟର ଦୂରରେ ଥିଲା, ଯାହାର ଜନସଂଖ୍ୟା ୬୬୨ ଅଟେ ।
Comments ସମସ୍ତ ମତାମତ