Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ୧ ଟଙ୍କା ଦେବା ମାତ୍ରେ ଖୋଲିବ ଶୌଚଳାୟ କବାଟ

    Share on :
    ajab-Image
    Date: Oct 27, 2021    Views: 2717

    କଟକ: ସିଲଭର ସିଟିରେ ଇ-ଟଏଲେଟ ଆରମ୍ଭ । ମାତ୍ର ୧ ଟଙ୍କା ଦେବା ମାତ୍ରେ ଖୋଲିବ ଶୌଚଳାୟ କବାଟ । ବିଶେଷକରି ଏହି ସୁବିଧା ସର୍ବସାଧାରଣ ସ୍ଥାନରେ ଲଗାଇବା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା ।
    ବୁଧବାର ମଧୁପାଟଣା ଏବଂ ଓଏମପି ଛକରେ ଆରମ୍ଭ ହୋଇଛି ଏହି ବ୍ୟବସ୍ଥା । ରାଜ୍ୟ ତଥା ରାଜ୍ୟ ବାହାରୁ ଏହି ଛକରେ ଅନେକ ଯାତ୍ରୀ ଗାଡି ପାଇଁ ଅପେକ୍ଷା କରି ରହୁଛନ୍ତି । ତେଣୁ ସେମାନଙ୍କ ସୁବିଧା ପାଇଁ ସିଏମସି ଓ ଏରମା ସଂସ୍ଥାର ମିଳିତ ଉଦ୍ୟମରେ ଏହି ଇ-ଶୌଚାଳୟ ବ୍ୟବସ୍ଥା କରାଯାଇଛି । ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ସ୍ଥାନୀୟ ଏସଏସ ଗ୍ରୁପକୁ ହସ୍ତାନ୍ତର କରାଯାଇଛି । ତେବେ କଟକରେ ପୂର୍ବରୁ ଏହି ବ୍ୟବସ୍ଥା ନ ଥିବାରୁ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ । ବର୍ତ୍ତମାନ ଏହି ସେବା ଆରମ୍ଭ ହେବା ପରେ ଆଉ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ ବୋଲି ସଭିଙ୍କ ଆଶା ।

    Maximum 500 characters

    ତାଜା ଖବର View all

    Find Us on Facebook