Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

TOKYO OLYMPIC

ମୁଖ୍ୟ ଖବର

    ନିରାଶ କଲେ ଦୂତି ଚାନ୍ଦ

    Share on :
    ajab-Image
    Date: Jul 30, 2021    Views: 5330

    ଭୁବନେଶ୍ୱର : ଦୌଡ଼ରାଣୀ ଦୂତି ଚାନ୍ଦ ନିରାଶ କରିଛନ୍ତି  । ଅଲମ୍ପିକ୍ସରେ ସେ ସେମି ଫାଇନାଲ ପାଇଁ ମଧ୍ୟ ଯୋଗ୍ୟ ବିବେଚିତ ହୋଇପାରିନାହାନ୍ତି  । ହିଟ ୫ରେ ସେ ସପ୍ତମ ସ୍ଥାନରେ ହିଁ ସନ୍ତୁଷ୍ଟ ଅଛନ୍ତି  । ଅପରପକ୍ଷରେ ଆଇଭରି କୋଷ୍ଟର ମାରି ଜୋସେ ଟା ଲୁ ସେହି ହିଟରେ ୧୦.୭୮ ସେକେଣ୍ଡରେ ୧୦୦ ମିଟର ଅତିକ୍ରମ କରି ନୂଆ ଆଫ୍ରିକୀୟ ରେକଡର଼୍ ସ୍ଥାପନ କରିଛନ୍ତି  । ସେହିପରି ଜାମାଇକାର ଇଲାଇନ ଥମ୍ପସନ ହେରାହ ଓ ସେଲି-ଆନ-ଫ୍ରାଜର ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅକ୍ତିଆର କରିଛନ୍ତି  ।

    ସବୁଠାରୁ ବଡ଼ କଥା ହେଉଛି ଦୂତି ୧୧.୧୭ ସେକେଣ୍ଡରେ ୧୦୦ ମିଟର ଅତିକ୍ରମ କରି ଜାତୀୟ ରେକଡର଼୍ ସ୍ଥାପନ କରିଥିଲେ  । କିନ୍ତୁ ଆଶ୍ଚର୍ଯ୍ୟର କଥା ଅଲମ୍ପିକ୍ସରେ ସେ ଏଥିପାଇଁ ୧୧.୫୪ ସେକେଣ୍ଡ ନେଇଥିଲେ  । ଯଦି ଦୂତି ଜାତୀୟ ରେକଡର଼୍ ଆଧାରରେ ଦୌଡ଼ିଥା’ନ୍ତେ ତେବେ ସେମିକୁ ଉତୀର୍ଣ୍ଣ ହୋଇପାରିଥା’ନ୍ତେ  । ଦୂତିଙ୍କର ୧୦୦ ମିଟର ଅଭିଯାନ ଶେଷ ହୋଇଥିବାବେଳେ ଅଗଷ୍ଟ ୨ରେ ୨୦୦ ମିଟର ହିଟରେ ସେ ଅଂଶଗ୍ରହଣ କରିବେ  ।

    Maximum 500 characters

    TOKYO OLYMPIC View all

    Find Us on Facebook