Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଡିଆରଡିଓ ହନିଟ୍ରାପ: ଓଡିଶା ପରେ ଏବେ ରାଜସ୍ଥାନ

    Share on :
    ajab-Image
    Date: Oct 27, 2021    Views: 2616

     

    ଚାନ୍ଦିପୁର: ଡିଆରଡିଓ ତଥ୍ୟ ଚୋରି ମାମଲାରେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଏହି ମାମଲାରେ ଗିରଫ ହୋଇଥଇବା ୫ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କ ଆକାଉଣ୍ଟକୁ  ଦୁବାଇର ଲୁଲୁ ଇଣ୍ଟରନ୍ୟାସନାଲ ଏଜେନ୍ସିରୁ ୨୪ହଜାର ଟଙ୍କା ଟ୍ରାନ୍ଜାକ୍ସନ ହୋଇଥିବା ଜଣାାପଡିଛି । ତେବେ ଆଉ ୧୪ ହଜାର ଟଙ୍କାକୁ ନେଇ ଖୋଳ ତାଡ କରୁଛି କଆଇମ ବ୍ରାଞ୍ଚ ।
    ଏହା ସହିତ ଓଡିଶାପରେ ରାଜସ୍ଥାନରେ ରହସ୍ୟମୟୀ ମହିଳାଙ୍କ ହଦିଟ୍ରାପ ଘଟଣା ସାମ୍ନାକୁ ଆସିଛି । ହନିଟ୍ରାପର ଶିକାର ହୋଇଥିବା କର୍ମଚାରୀ ରାଜସ୍ଥାନର ଯୋଧପୁର ମିଲିଟାରୀ ଇଂଜିନିୟରିଂ ସର୍ଭିସର ଜଣେ ଚତୁର୍ଥ ଶ୍ରେଣୀର କର୍ମଚାରୀ ହୋଇଥିବା ଜଣାପଡିଛି । ଚଳିତମାସ ଅକ୍ଟାବର ୧୫ ତାରିଖରେ ହନିଟ୍ରାପ ନେଇ ରାଜସ୍ଥାନ ସିଆଇଡିକୁ ସୂଚନା ମିଳିଥିଲା । ଏନେଇ ଓଡିଶା କ୍ରାଇମବ୍ରାଞ୍ଚକୁ ଯୋଗାଯୋଗ କଲା ରାଜସ୍ଥାନ ସିଆଇଡି । 

     

    Maximum 500 characters

    ତାଜା ଖବର View all

    Find Us on Facebook