Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସଂସ୍କୃତି

ମୁଖ୍ୟ ଖବର

    ଦୀପାବଳି ମିଠା କିଲୋ ୩୦ହଜାର, ଜାଣନ୍ତୁ କେଉଁଠି

    Share on :
    ajab-Image
    Date: Nov 4, 2021    Views: 2428

    ଉତ୍ତରପ୍ରଦେଶ: ଆଲୋକ ଓ ସମୃଦ୍ଧିର ପର୍ବ ଦୀପାବଳି । ଭାରତୀୟ ସଂସ୍କୃତିରେ ଦୀପାବଳି ପର୍ବ ଏକ ସ୍ୱତନ୍ତ୍ର ପରିଚୟ ବହନ କରେ । ଏହି ପର୍ବକୁ ଲୋକେ ମିଠା ଖାଇ, ବାଣ ଫୁଟାଇ, ଦୀପ ଜାଳି ଖୁବ ଧୁମଧାମରେ ପାଳନ କରିଥାନ୍ତି । ତେବେ ଏଥିପାଇଁ ବଜାରର ମିଠା ଦୋକାନ ଗୁଡିକରେ ଭିଡ ଜମୁଛି । ବଜାରରେ ବିଭିନ୍ନ ପ୍ରକାର ମିଠା ତିଆରି କରି ଦୋକାନୀମାନେ ଗ୍ରାହକଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି । ଏହି କ୍ରମରେ ଗ୍ରାହାକଙ୍କ ଧ୍ୟାନ ଆକର୍ଷଣ କରିବା ପାଇଁ ଉତ୍ତର ପ୍ରଦେଶର ଆଗ୍ରା ସହରରେ ନିଆରା ମିଠା ପ୍ରସ୍ତୁତ କରାଯାଇଛି, ଯାହା କିଲୋ ପ୍ରତି ୩୦ ହଜାର ଟଙ୍କାରେ ବିକ୍ରି କରାଯାଉଛି । 
    ଏହି ମହଙ୍ଗା ମିଠାର ବିଶେଷତ୍ୱ ହେଉଛି, ଏହା ସୁନାରେ ପ୍ରସ୍ତୁତ ହୋଇଛି । ସେଥିପାଇଁ ଏହାର ନାମ ଦିଆଯାଇଛି ସୁନା ମିଠା । ତାଜ୍ ସହରର ସୁନା ମିଠା ପ୍ରସ୍ତୁତକାରୀ ଦୋକାନ ବ୍ରଜ ରସାୟନମର ନିଦେ୍ର୍ଧଶକ ଉମେଶ କୁମାର ଗୁପ୍ତା କହିଛନ୍ତି, ପ୍ରତିଥର ଦିୱାଲିରେ ଗ୍ରାହକ କିଛି ନୂଆ ଚାହାଁନ୍ତି । ତେଣୁ ଗ୍ରାହାକଙ୍କ ଇଚ୍ଛାକୁ ଦୃଷ୍ଟିରେ ରଖି ଏଥର ସେମାନେ ସୁନା ମିଠା ପ୍ରସ୍ତୁତ କରିଛନ୍ତି ଓ ଗ୍ରାହାକ ସେଗୁଡିକୁ ଖୁବ ପସନ୍ଦ କରୁଛନ୍ତି ବୋଲି ମଧ୍ୟ ସେ କହିଛନ୍ତି ।
    ୬୦୦ଟଙ୍କାରେ ବଜାରରେ ଭଲ ମିଠା ମିଳୁଥିବାବେଳେ ଏଠାରେ ଗୋଟିଏ ସୁନା ମିଠା ୬୦୦ଟଙ୍କାରେ ବିକ୍ରି ହେଉଛି । ବର୍ତ୍ତମାନ ଆଗ୍ରା ସହରରେ ସୁନା ମିଠା ଚର୍ଚ୍ଚାର କେନ୍ଦ୍ର ହୋଇଛି । ସୁନା ମିଠାରେ ସାଫ୍ରେନ୍ ପେଷ୍ଟ ଓ ସୁନା କାମ ହୋଇଛି । ଏଥିରେ ଡ୍ରାଏ ଡ୍ରାଏ ଫ୍ରୁଟ୍ ମଧ୍ୟ ପଡିଛି । 

    Maximum 500 characters

    ସଂସ୍କୃତି View all

    Find Us on Facebook