Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସଂସ୍କୃତି

ମୁଖ୍ୟ ଖବର

    ଦୀପ ଜାଳିଲାବେଳେ ଏହି ସବୁ ଭୁଲ କରନ୍ତୁ ନାହିଁ

    Share on :
    ajab-Image
    Date: Nov 4, 2021    Views: 2965

    ଭୁବନେଶ୍ୱର: ଆଜି ଦୀପ ଜାଳିଲା ବେଳେ କିଛି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଧ୍ୟାନ ଦେବା ଆବଶ୍ୟକ । ସେଗୁଡିକ ହେଲା,
    - ଦୀପର ଶିଖା ପଶ୍ଚିମ ଦିଗକୁ ରହିଲେ ଗୃହରେ ଦୁଃଖ ବଢିଥାଏ । ତେଣୁ ସର୍ବଦା ଦୀପର ଶିଖାକୁ  ପୂର୍ବ ଦିଗକୁ ରଖନ୍ତୁ । ଦୀପର ଶିଖା ପୂର୍ବ ଦିଗକୁ ରହିଲେ ଆୟୁଷ ବୃଦ୍ଧି ହୋଇଥାଏ ବୋଲି କୁହାଯାଏ ।
    -ଦୀପର ଶିଖା ଦକ୍ଷିଣ ଦିଗକୁ ରଖନ୍ତୁ ନାହିିଁ, ଏହା ଅତ୍ୟନ୍ତ ହାନିକାରକ ହୋଇଥାଏ । କୌଣସି ବ୍ୟକ୍ତି କିମ୍ବା ଧନ କ୍ଷେତ୍ରରେ କ୍ଷତି ହୋଇପାରେ । ତେଣୁ ଦୀପର ଶିଖାକୁ ଉତ୍ତର ଦିଗକୁ ରଖିବା ଉଚିତ୍ । ଦୀପର ଶିଖା ଉତ୍ତର ଦିଗକୁ ରଖିବା ଦ୍ୱାରା ଧନ ଲାଭ ହୋଇଥାଏ ।
    -ଶୁଦ୍ଧ ଘିଅ ଦୀପ ଜାଳିବା ଉଚିତ୍ । ଦୀପ ଜାଳିବା ପାଇଁ ସୂର୍ଯ୍ୟମୁଖୀ ତେଲ ବ୍ୟବହାର କରନ୍ତୁ ନାହିଁ । 
    -ଦୀପର ବତୀକୁ ଲମ୍ବା ରଖିବେ, ଯେପରି ଦୀପ ମଝିକୁ ନିଆଁ ନଯାଏ । ମହାଲକ୍ଷ୍ମୀ ଓ ଗଣେଶଙ୍କୁ ସ୍ୱାଗତ କରିବା ଁ ପାଇଁ ଘରର ମୁଖ୍ୟଦ୍ୱାର ସମ୍ମୁଖରେ ଦୁଇଟି ଦୀପ ରଖନ୍ତୁ । ଏହା ଅତ୍ୟନ୍ତ ଶୁଭ ହୋଇଥାଏ ।
    - ସବୁବେଳ ପୂଜାଘରୁ ଦୀପ ଜାଳିବା ଆରମ୍ଭ କରିବେ । 
    -ଏହା ସହିତ ପୂର୍ବ ଦିଗରେ ନାଲି, ହଳଦିଆ ଓ କମଳା ରଙ୍ଗର ଆଲୋକ ସଜାଇବା ଶୁଭଙ୍କର ହୋଇଥାଏ । 
    -ପଶ୍ଚିମ ଦିଗରେ ଗାଢ ହଳଦିଆ, କମଳା ଓ ଗୋଲାପି ରଙ୍ଗର ଆଲୋକ ସଜ୍ଜା କରିପାରିବେ । 
    -ଉତ୍ତର ଦିଗରେ ନୀଳ, ହଳଦିଆ ଓ ସବୁଜ ରଙ୍ଗର ଆଲୋକ ଲଗାଇବେ ।
    -ଦକ୍ଷିଣ ଦିଗ ପାଇଁ ଧଳା, ବାଇଗଣି, ନାଲି ରଙ୍ଗର ଆଲୋକ ସଜ୍ଜା ଶୁଭଫଳ ଦେଇଥାଏ ।       

    Maximum 500 characters

    ସଂସ୍କୃତି View all

    Find Us on Facebook