Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସଂସ୍କୃତି

ମୁଖ୍ୟ ଖବର

    ଦୀପାବଳି ଦିନ ଏହି ସବୁ ଜୀବ ଦେଖିଲେ ଅତ୍ୟନ୍ତୁ ଶୁଭ

    Share on :
    ajab-Image
    Date: Nov 4, 2021    Views: 2781

    ଭୁବନେଶ୍ୱର: ଦୀପାବଳି ଦିନ ଭକ୍ତିର ସହ ମା’ଲକ୍ଷ୍ମୀଙ୍କ ପୂଜା କରିବା ସହ କିଛି ଜୀବ ଦେଖିଲେ ଅତ୍ୟନ୍ତ ଶୁଭ ମନାଯାଇଥାଏ । ଏମିତି କିଛି ଜୀବ ଅଛନ୍ତି, ସେହି ଜୀବଗୁଡିକ ଦୀପାବଳି ଦିନ ଦେଖିଲେ ଦେବୀଙ୍କ କୃପା ଲାଭ ହୋଇଥାଏ । କାରଣ ଏହି ସବୁ ଜୀବ ଗୁଡିକ ଅନ୍ୟଦିନ ମାନଙ୍କର ଦେଖିବାକୁ ମିଳୁଥିଲେବି ଦୀପାବଳିରେ ଏମାନଙ୍କୁ ଦେଖିବା ଅତ୍ୟନ୍ତ କଷ୍ଟକର ହୋଇଥାଏ । 
    -ଝିଟିପିଟି: ସାଧାରଣତଃ ପ୍ରତିଦିନ କାନ୍ଥରେ ଆମେ ଝିଟିପିଟି ଦେଖିଥାଉ । ହେଲେ ଦୀପାବଳି ଦିନ ତାହା ଦେଖିବା କଷ୍ଟ ହୋଇଥାଏ । ଯଦି ଦୀପାବଳି ଦିନ ଝିଟିପିଟିକୁ ଘରର କାନ୍ଥରେ ଚାଲୁଥିବାର ଦେଖିବେ, ତେବେ ଜାଣିବେ ଯେ ମା’ଲକ୍ଷ୍ମୀଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିଛି । 
    -ଚୁଚୁନ୍ଦ୍ରା: ଘରେ ଚୁଚୁନ୍ଦ୍ରା ଦେଖିବାକୁ ପ୍ରାୟତଃ ନାପସନ୍ଦ କରିଥାନ୍ତି । ହେଲେ ଏମାନେ ଶୁଭ ବୋଲି ମାନ୍ୟତା ରହିଛି ।  ଦୀପାବଳି ଦିନ ଚୁଚୁନ୍ଦ୍ରା ଦେଖିଲେ ଏହା ଧନ ପ୍ରାପ୍ତିର ସୂଚନା ଦିଏ ।
    -ବିଲେଇ: କୌଣସି କାର୍ଯ୍ୟରେ ବାହାରିଥିବାବେଳେ ଯଦି ବିଲେଇ ବାଟ କାଟିଲା, ଏହା ଅଶୁଭ ସଙ୍କେତ ବୋଲି ବିଶ୍ୱାସ ରହିଛି । ସାଧାରଣତଃ ଘରେ ବିଲେଇ ପସି କିଛି ଖାଇଦେଲେ, ଆମେ ତାକୁ ଘରୁ ବାଡେଇ ବାହାର କରିଥାଉ ।  ହେଲେ ଦୀପାବଳିରେ ଯଦି ଘରେ ବିଲେଇ ପସି କ୍ଷୀର ପିଇଦିଏ, ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ ।
    -ପେଚା: ମହାଲକ୍ଷ୍ମୀଙ୍କ ବାହନ ପେଚାକୁ ନବରାତ୍ରି ସମୟରେ ଦେଖିବା ଶୁଭ ବୋଲି ଆମେ ଗ୍ରହଣ କରିଥାଉ । ପେଚା ସାଧାରଣତଃ ରାତିରେ ବାହାରେ ଦୀପାବଳି ରାତିରେ ଆଲୋକ ମାଳା ଏବଂ ବାଣର ଶଦ୍ଧ ଭିତରେ ପେଚା ଦେଖିବା କଷ୍ଟକର ହୋଇଥାଏ । ଏହାସତ୍ତ୍ୱେ ଏହି ଦିନ ପେଚା ଦେଖିଲେ, ଲକ୍ଷ୍ମୀଙ୍କ କୃପାର ସୂଚନା ଦେଇଥାଏ ।  

    Maximum 500 characters

    ସଂସ୍କୃତି View all

    Find Us on Facebook