Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସଂସ୍କୃତି

ମୁଖ୍ୟ ଖବର

    ଆସିଛି ଦୀପାବଳି, ଜାଣନ୍ତୁ ଏହାର ବିଶେଷତ୍ୱ

    Share on :
    ajab-Image
    Date: Nov 4, 2021    Views: 2367

    ଭୁବନେଶ୍ୱର: ଆନନ୍ଦ, ଆଲୋକ, ଉସôାହ, ସୁଖ, ସମୃଦ୍ଧିିକୁ ନେଇ ଆସିଛିି ଦୀପାବଳି , ଅନ୍ୟାୟ ଉପରେ ନ୍ୟାୟର, ଅଧର୍ମ ଉପରେ ଧର୍ମର, ଅସତ୍ୟ ଉପରେ ସତ୍ୟର ଓ ଅନ୍ଧକାର ଉପରେ ଆଲୋକର ବିଜୟର ପର୍ବ ହେଉଛି ପବିତ୍ର ଦୀପାବଳି । ଆଜି ଦୀପାବଳିରେ ଗାଁ’ଠୁ ସହର ଉସôବମୁଖର । ଚାରିଆଡେ ଖୁସିରେ ଲୋକମାନେ ପାଳୁଛନ୍ତି ଶୁଭ ଦୀପାବଳିକୁ । ଦୀପାବଳି ସହିତ ଜଡିତ ଅନେକ ପୌରାଣିକ କଥା ରହିଛି । ଏହି ଦିନ ୧୪ ବର୍ଷ ବନବାସ ପରେ ଶ୍ରୀରାମ ଲଙ୍କା ଜୟ କରି ମାତା ସୀତାଙ୍କୁ ଆଣି ଅଯୋଧ୍ୟା ଫେରିଥିଲେ । 
    ଶ୍ରୀରାମଙ୍କ ଆସିବା ଖୁସିରେ ଅଯୋଧ୍ୟାବାସୀ ଦୀପ ଜାଳି ତାଙ୍କୁ ସ୍ୱାଗତ କରିଥିଲେ ଓ ଉସôବ ପାଳନ କରିଥିଲେ  । କିନ୍ତୁ ଦକ୍ଷିଣ ଭାରତରେ ଦିନକ ପୂର୍ବରୁ ଅର୍ଥାତ ଚତୁର୍ଦ୍ଧଶୀ ଦିନଟିକୁ ଦୀପାବଳି ଭାବେ ପାଳନ କରାଯାଏ  । 
    ପୁରାଣ ଅନୁସାରେ ଏହି ଦିନ ଭଗବାନ ଶ୍ରୀକୃଷ୍ଣ ପ୍ରବଳ ପ୍ରତାପୀ ନରକାସୁରକୁ ବଧ କରି ଧରିତ୍ରୀକୁ ତା ଅତ୍ୟାଚାରରୁ ମୁକ୍ତ କରିଥିଲେ  । ଏହାକୁ ସେଥପାଇଁ ନରକ ଚତୁର୍ଦ୍ଧଶୀଭାବେ ପାଳନ କରାଯାଏ  । ନରକ ଚତୁର୍ଦ୍ଧଶୀରେ ଯମରାଜା ଓ ଚିତ୍ରଗୁପ୍ତଙ୍କୁ ମଧ୍ୟ ପୂଜା କରାଯାଏ  ।
    ଓଡିଶାରେ ଦୀପାବଳି ଦିନ ପିତୃଲୋକଙ୍କୁ ଶ୍ରାଦ୍ଧ ଦେବା ସହ ସଂଧ୍ୟାରେ ବଡବଡୁଆ ଡାକିବାର ପରମ୍ପରା ରହିଛି  । ସେହିପରି ଉକôଳ,ପଶ୍ଚିମ ବଙ୍ଗରେ ଦୀପାବଳିରେ କାଳିପୂଜା କରାଯାଉଥିବାବେଳେ ଉତ୍ତରଭାରତ ଓ ପଶ୍ଚିମଭାରତରେ ଏହିଦିନ ମହାଲକ୍ଷ୍ମୀ ଓ ଗଶେଶଙ୍କ ପୂଜା କରାଯାଏ ।

    Maximum 500 characters

    ସଂସ୍କୃତି View all

    Find Us on Facebook