Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସଂସ୍କୃତି

ମୁଖ୍ୟ ଖବର

    ଦୀପାବଳିରେ ଏହି ସାମାନ୍ୟ ଜିନିଷ ଘରକୁ ଆଣନ୍ତୁ, ହେବ ଧନ ବର୍ଷା

    Share on :
    ajab-Image
    Date: Oct 31, 2021    Views: 2996

    ଭୁବନେଶ୍ୱର: ଆଲୋକ ଓ ଅନନ୍ଦର ପର୍ବ ହେଉଛି ଦୀପାବଳି । ସୁଖ ଓ ସମୃଦ୍ଧିକୁ ସାଙ୍ଗରେ ଆଣି ବର୍ଷକୁ ଥରେ ଆସେ ଦୀପାବଳି । ଦୀପାବଳି ପୂର୍ବରୁ ପଡିଥାଏ ଧନତେରାସ୍ । ଏହି ଦିନ ଗୁଡିକ ଅତ୍ୟନ୍ତ ଶୁଭ ହୋଇଥାଏ । ଦୀପାବଳି ହେଉ କିମ୍ବା ଧନତେରାସ୍, ଏହି ଦିନରେ ସୁନା, ରୂପା ଅଳଙ୍କାର କିମ୍ବା କୌଣସି ନୂଆ ଜିନିଷ ଘରକୁ ଆଣିଲେ ମା’ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଓ ଘରେ ଐଶ୍ୱର୍ଯ୍ୟ ବୃଦ୍ଧି ପାଇଥାଏ ବୋଲି କୁହାଯାଏ । କିନ୍ତୁ କେବଳ ଯେ ଦାମି ଜିନିଷ କିଣିଲେ ଘରକୁ ସମୃଦ୍ଧି ଆସିବ ତାହା ନୁହେଁ, ଏମିତି ବି କିଛି ସାମାନ୍ୟ ଜିନିଷ ଅଛି, ଯାହାକୁ ଏହି ଦିନ କିଣିବା ଦ୍ୱାରା ମା’ଙ୍କର କୃପା ଲାଭ ହୋଇଥାଏ । ତେବେ ଅସନ୍ତୁ ଜାଣିବା ଏହି ଜିନିଷ ବିଷୟରେ
    ଲୁଣ: ଲୁଣ ସହିତ ମାତା ଲକ୍ଷ୍ମୀଙ୍କର ଅନେକ ସମ୍ବନ୍ଧ ରହିଛି । ତେଣୁ ଧନତେରାସ୍ ଦିନ ଘରକୁ ଏକ ଲୁଣ ପ୍ୟାକେଟ ଆଣନ୍ତୁ ।


    ଖଣ୍ଡ ହଳଦୀ: ଖଣ୍ଡ ହଳଦୀକୁ ଏହି ଦିନ କଣିବା ଦ୍ୱାରା ମା’ଙ୍କ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ ଓ ଘରକୁ ଐଶ୍ୱର୍ଯ୍ୟ ଆସିଥାଏ । ଧନ ପ୍ରପ୍ତି ପାଇଁ ବାଟ ଖୋଲିଯାଏ ।
    ଗୋମତି ଚକ୍ର: ଏହି ଦିନ ଗୋମତି ଚକ୍ର ମକିଣିବା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ । ଏହା ସହିତ ଶ୍ରୀଯନ୍ତ୍ର ଅବା କୁବେର ଯନ୍ତ୍ରକୁ ଏହି ଦିନ ଘରକୁ ଆଣି ଧନ ଥିବା ସ୍ଥାନରେ ରଖିଲେ କ୍ରମେ ଘରେ ଐଶ୍ୱର୍ଯ୍ୟ ବୃଦ୍ଧି ହୋଇଥାଏ ।


    କଉଡି: ଧନତେରାସ୍ ଅବା ଦୀପାବଳି ଦିନ କିଛି କଉଡିକୁ ଆଣି ଠାକୁର ଘରେ କିମ୍ବା ସିନ୍ଦୁକରେ ରଖିଲେ ଘରୁ କ୍ରମେ ଅଭାବ ଦୂର ହୋଇଥାଏ । 

    Maximum 500 characters

    ସଂସ୍କୃତି View all

    Find Us on Facebook