Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସଂସ୍କୃତି

ମୁଖ୍ୟ ଖବର

    ଦୀପାବଳି ପାଇଁ ଚଳଚଞ୍ଚଳ ଭୁବନେଶ୍ୱର

    Share on :
    ajab-Image
    Date: Oct 29, 2021    Views: 3492

    ଭୁବନେଶ୍ୱର: ଆଉ ମାତ୍ର କେତେଟା ଦିନ, ଆଲୋକ ଓ ଆନନ୍ଦକୁ ସାଙ୍ଗରେ ଧରି ଆସିବ ମହାପର୍ବ ଦୀପାବଳୀ । ଏହି ପର୍ବ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ରାଜଧାନୀ ଭୁବନେଶ୍ୱର । ଲୋକମାନେ ରଙ୍ଗବେରଙ୍ଗର ବିଭିନ୍ନ ଆଲୋକମାଳା ସାଙ୍ଗକୁ ବିଭିନ୍ନ ଘରସଜ୍ଜା ଉପକରଣ ଓ ବାଣ ଇତ୍ୟାଦି କିଣିବାକୁ ବଜାରରେ ଭିଡ ଲାଗିଛି । 
    ଗତ ବର୍ଷ କରୋନା ଯୋଗୁଁ ଦୀପାବଳି ଫିକା ପଡିଥିବାରୁ ଏବର୍ଷ ଲୋକେ ଦୀପାବଳିକୁ ଖୁବ ଧ୍ୁମଧାମରେ ପାଳନ କରିବାକୁ ଲକ୍ଷ ରଖିଛନ୍ତି । କିପରି ଘରକୁ ଭଲ ଭାବେ ସଜେଇବେ ଆଲୋକିତ କରିବେ ସେଥିପାଇଁ ଆବଶ୍ୟକୀୟ ଉପକରଣ କିଣିବାକୁ ରାଜଧାନୀର ଦୋକାନ ଗୁଡିକରେ ଭିଡ ଦେଖିବାକୁ ମିଳିଛି ।


    ମାର୍କେଟରେ ଏହି ଦୀପାବଳି ସାମଗ୍ରୀ ଗୁଡିକ ୫୦ରୁ ଉଦ୍ଧ୍ୱର୍ ବ୍ୟବସାୟୀ ବ୍ୟବସାୟ କରୁଥିବାବେଳେ ଇନ୍ଦ୍ରଧନୁ ମାର୍କେଟ, ପ୍ରିୟଦର୍ଶନୀ ମାର୍କେଟ ଓ ରାଜଧାନୀର ବିଭିନ୍ନ ସ୍ଥାନରେ ଋତୁକାଳୀନ ଉଠା ବ୍ୟବସାୟ ଆରମ୍ଭ କରିଛନ୍ତି । କିଛି ବ୍ୟବସାୟୀ ଦର୍ଶକମାନଙ୍କୁ ଅକୃଷ୍ଟ କରିବାକୁ କୋଲକାତାରୁ ଅରକର୍ଷଣୀୟ ଲାଇଟ ଆଣିଛନ୍ତି । ଗ୍ରାହାକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ବିଭିନ୍ନ ପ୍ରକାର ଲଚୁ ଲାଇଟ୍ ସାଙ୍ଗକୁ ହ୍ୟାଙ୍ଗିଙ୍ଗ୍ ଦୀପ, ଲଣ୍ଠନ ଦୀପ, ଟ୍ରି ଲାଇଟ, ସ୍ନେକ ଲାଇଟ ଆଦି ଉପଲବ୍ଧ ରହିଛି । ଯାହାର ଦାମ ୫୦ଟଙ୍କାରୁ ଆରମ୍ଭ ହୋଇ ୫ଶହ ଟଙ୍କା ପର୍ଯ୍ୟନ୍ତ ରହିଛି । ସେହିପରି ଫ୍ଲୋଟିଂ କ୍ୟାଣ୍ଡେଲର ଚାହିଦା ମଧ୍ୟ ବେଶ ବଢିବାରେ ଲାଗିଛି । ଅନେକ ପ୍ରକାର ସୁସଜ୍ଜିତ ମାଟି ଦୀପର ମଧ୍ୟ ଖୁବ ଚାହିଦା ରହିଛି । ଗତବର୍ଷ ତୁଳନାରେ ଚଳିତ ବର୍ଷ କରୋନା କଟକଣା କୋହଳ ହୋଇଥିବାରୁ ବ୍ୟବସାୟରେ ଲାଭ ହୋଇଛି ବୋଲି ବ୍ୟବସାୟ ମାନେ କହିଛନ୍ତି । 

     

    Maximum 500 characters

    ସଂସ୍କୃତି View all

    Find Us on Facebook