Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସଂସ୍କୃତି

ମୁଖ୍ୟ ଖବର

    ଦୀପାବଳିରେ ଏହି ୫ଟି ସ୍ଥାନରେ ଲଗାନ୍ତୁ ଦୀପ, ଛପରଫାଡି ଆସିବ ଧନ

    Share on :
    ajab-Image
    Date: Oct 26, 2021    Views: 3394

    ଭୁବନେଶ୍ୱର: ଆମ ସଂସ୍କୃତିରେ ଆଲୋକ ହେଉଛି ବିଜୟର ଦ୍ୟୋତକ । ଦୀପର ମହିମା ବୈଦିକ ପ୍ରାର୍ଥନାରେ ସ୍ୱୀକୃତ । ଦୀପ ହେଉଛି ଭଗବାନଙ୍କର ତେଜସ୍ୱୀ ରୂପ । ସେହି ତେଜ ହିଁ ଯୁଗେ ଯୁଗେ ଅନ୍ୟାୟକୁ ବିଦାରଣ କରି ନ୍ୟାୟ ପ୍ରତିଷ୍ଠା କରିଆସିଛି । ଦୀପାବଳି ଏହାର ମହାପର୍ବ ଭାବରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ପାଳିତ ହୋଇ ଜାତୀୟ ସଂହତିର ମହୋସôବରେ ରୂପାନ୍ତରିତ ହୋଇଛି । ହିନ୍ଦୁ ଧର୍ମରେ ମାନ୍ୟତା ରହିଛି ଯେ ଦୀପାବଳି ଦିନ ମାତା ଲକ୍ଷ୍ମୀ ପୃଥିବୀ ଭ୍ରମଣ କରିଥିଲେ । ମାତା ଲକ୍ଷ୍ମୀ ଦୀବାବଳି ଦିନ ଯାହା ଘରେ ବାସ କରନ୍ତି, ସେହି ଘରେ ଧନର ଅଭାବ ରହିନଥାଏ ବୋଲି କୁହାଯାଏ ।

    ତେବେ ଏହି ଦିନ ପ୍ରତ୍ୟେକ ଲୋକ ଦୀପ ଜାଳି ଘରର ସମସ୍ତ ସ୍ଥାନକୁ ଆଲୋକିତ କରିଥାନ୍ତି । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଘରର ଏପରି କିଛି ସ୍ଥାନ ରହିଛି, ଯେଉଁଠାରେ ଦୀପ ଜାଳିବା ଦ୍ୱାରା ମାତା ଲକ୍ଷ୍ମୀ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି । ତେବେ ଆସନ୍ତୁ ଜାଣିବା ସେହି ଜାଗା ଗୁଡିକ ବିଷୟରେ,

    ୧- ଦୀପାବଳୀ ଦିନ ଆମେ ଘରର ସବୁଆଡେ ଦୀପ ଲଗାଇଥାଉ । ଏହି ଦିନ ଗୋଟିଏ ଦୀପ ନେଇ ଅଶ୍ୱ ଗଛ ମୂଳରେ ଲଗାନ୍ତୁ । କୁହାଯାଏ ଯେ ଅଶ୍ୱ ଗଛରେ ୩୩ ଗୋଟି ଦେବାଦେବୀ ବାସ କରିଥାନ୍ତି । ଏଣୁ ଏହି ଜାଗାରେ ଦୀପ ଲଗାଇବା ଦ୍ୱାରା ଆଶୀର୍ବାଦ ମିଳିବା ସହିତ ଘରକୁ ଧନ ଆଗମନର ବାଟ ଖୋଲିଯାଏ ।

    ୨- ଘରର ମୁଖ୍ୟଦ୍ୱାର ଦୁଇ ପଟେ ନିଶ୍ଚୟଁ ଦୀପ ଜଳାନ୍ତୁ । ଏହାଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ମାତା ଲକ୍ଷ୍ମୀଙ୍କୁ ଗୃହକୁ ସ୍ୱାଗତ କରିବା ପାଇଁ ଏହାଠାରୁ ବଳି କିଛି ନାହିଁ । ମା’ ସେହି ଘରେ ପ୍ରବେଶ କରିଥାନ୍ତି, ଯେଉଁ ଘରେ ଅନ୍ଧାର ହୋଇନଥାଏ ।

    ୩- ଦୀପାବଳିରେ  ସନ୍ଧ୍ୟା ହେବାମାତ୍ରେ ଘରର ଅଗଣାରେ ଦୀପ ଲଗାଇବାକୁ ଭୁଲନ୍ତୁ ନାହିଁ । ଏହା ସହିତ ଦିପାବଳୀ ରାତିରେ ଶୁନଶାନ୍ ଜାଗାରେ ରହିଥିବା ଶିବଲିଙ୍ଗ ପାଖରେ ଦୀପ ଜଳାନ୍ତୁ । ଏହାଦ୍ୱାରା ପରିବାରରେ ସକରାତ୍ମକତା ବୃଦ୍ଧି ପାଇବା ସହିତ ମନର ସମସ୍ତ ଇଚ୍ଛା ପୂରଣ ହୋଇଥାଏ ।

    ୪- ଯଦି ଆପଣଙ୍କ ଘର ବାହାରେ କୌଣସି ମନ୍ଦିର ଅଛି, ଏହାକୁ ଦୀପରେ ସଜାଇ ଦିଅନ୍ତୁ । ଏହାଦ୍ୱାରା ଆପଣଙ୍କୁ ଅନେକ ଆଶୀର୍ବାଦ ମିଳିବ ।

    ୫-ଦୀପାବଳି ଦିନ ନିଜ ଘରର ଚଉରାରେ ଦୀପ ଲଗାଇ ଚଉରାକୁ ଆଲୋକିତ କରନ୍ତୁ । ଏହାଦ୍ୱାରା ଦେବୀମାତା ଆପଣଙ୍କ ସମସ୍ତ ମନସ୍କାମନା ପୂରଣ କରିବେ ।

    Maximum 500 characters

    ସଂସ୍କୃତି View all

    Find Us on Facebook