Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସଂସ୍କୃତି

ମୁଖ୍ୟ ଖବର

    ‘ବଡବଡୁଆ ହୋ, ଅନ୍ଧାରରେ ଆସି ଆଲୁଅରେ ଯାଅ’ କାହିଁକି କୁହାଯାଏ ଜାଣନ୍ତୁ

    Share on :
    ajab-Image
    Date: Oct 26, 2021    Views: 2942

    ଭୁବନେଶ୍ୱର: ଦୀପାବପଳି ହେଉଛି ଆଶା, ଉସôାହ, ଆନନ୍ଦ ଓ ଆଲୋକର ପର୍ବ । ଅମାବାସ୍ୟାର ନୈରାଶ୍ୟ ଓ ଅନ୍ଧାର ମଧ୍ୟରେ ଆଲୋକର ଦିହୁଡି । ଏହା ଆଲୋକ, ଆନନ୍ଦ ଓ ଅମୃତର ଆବାହନୀ । ଏହି ଦିନ ସମସ୍ତ ଦୁଃଖ କଷ୍ଟ ଭୁଲି ପରିବାର, ବନ୍ଧୁ ପରିଜନଙ୍କ ସହିତ ଆନନ୍ଦ, ଉଲ୍ଲାସରେ ସମୟ ଅତିବାହିତ କରିବାର ବେଳ । ଅମାବାସ୍ୟାର ଅନ୍ଧାରକୁ ଏଡାଇ ଦେଇ ପରିବେଶକୁ କିଛି ସମୟ ଆଲୋକିତ କରିବା ପାଇଁ ଏହା ଛୋଟ ପ୍ରୟାସ ଅଟେ ।

    ଧାର୍ମିକ ଭାବନାରେ ଏହି ଦିନ ଏକ ସ୍ୱତନ୍ତ୍ର ପରିଚୟ ବହନ କରେ । ଏହି ଦିନ ପିତୃପୁରୁଷଙ୍କୁ ପୟା ଶ୍ରାଦ୍ଧ ସଂପନ୍ନ ପୂର୍ବକ ସମ୍ମାନ ପ୍ରଦର୍ଶନ କରାଯାଇଥାଏ । ଏହି ଦିନ ସମସ୍ତଙ୍କ ଉଦେ୍ଧଶ୍ୟରେ ସମଷ୍ଟି ପଦାର୍ଥ ସହ ପ୍ରଜ୍ୱଳିତ ଦୀପଦାନ କରାଯାଏ । ଋଷିଗଣ, ଶ୍ରାଦ୍ଧ, ତର୍ପଣ, ଦୀପଦାନ ନିମି , ଆଶ୍ୱିନ ଓ କା ିର୍କ ମାସକୁ ଉପାସନା କାଳ ରୂପେ ବଣ୍ଣନା କରିଛନ୍ତି ।

    ଏପରିକି ଯେଉଁମାନେ ମନ୍ତ୍ର ଉଚ୍ଚାରଣ ଜାଣି ନାହାଁନ୍ତି, ସେମାନେ କାଉଁରିଆ କାଠି ଜାଳି ବଡବଡୁଆଙ୍କୁ ସ୍ମରଣ କରିଥାନ୍ତି । ଦୀପାବଳୀ ରାତିରେ ବଡବଡୁଆଙ୍କ ଉଦେ୍ଧଶ୍ୟରେ ପ୍ରତ୍ୟେକ ଘରୁ ସେମାନଙ୍କ ବଂଶଧର ତଥା ଆତ୍ମିୟଙ୍କ କଣ୍ଠରୁ ନିଃସୃତ ହୁଏ ବଡ ବଡୁଆ ହୋ, ଅନ୍ଧାରରେ ଆସି ଆଲୁଅରେ ଯାଓ । କର୍ମ କାଣ୍ଡରେ କୁହାଯାଇଛି- 'ପିତୃଲୋକଂ ପରିତ୍ୟଜ୍ୟ ଆଗତେ ଯେ ମହାଳୟେ, ଉଜ୍ୱଳଂ ଜ୍ୟୋତିଷାଂ ମାର୍ଗଂ ପ୍ରପଶ୍ୟନ୍ତେ ବ୍ରଜନ୍ତୁ ତେ',- ଅର୍ଥାତ ପିତୃ ଲୋକ ତ୍ୟାଗ କରି ମହାଳୟାରେ ଯେଉଁମାନେ ଆସିଥିଲେ, ସେହିମାନେ ଏହି ଆଲୋକିତ ମାର୍ଗ ଦର୍ଶନ କରନ୍ତୁ । ଅନ୍ତଃକରଣର ଶ୍ରଦ୍ଧା ସହିତ ପୂର୍ବ ପୁରୁଷଙ୍କ ତୃପ୍ତି ନାମକ ଶ୍ରାଦ୍ଧ ତର୍ପଣାଦି କର୍ମ ସମ୍ପାଦନ କରିବା ଦ୍ୱାରା ପିତୃଗଣ ଆତ୍ମସନ୍ତୋଷ ଲାଭ ପୂର୍ବକ ପୁନର୍ବାର ପିତୃଲୋକକୁ ଫେରି ଯାଆନ୍ତି । ସେମାନଙ୍କ ଆଶୀର୍ବାଦ ପରିବାର ପକ୍ଷରେ କଲ୍ୟାଣକାରୀ ହୋଇଥାଏ ।

    Maximum 500 characters

    ସଂସ୍କୃତି View all

    Find Us on Facebook