Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସଂସ୍କୃତି

ମୁଖ୍ୟ ଖବର

    ଦୀପାବଳିରେ ଏହି ୪ଟି ରାଶିର ବ୍ୟକ୍ତି ହେବେ ମାଲାମାଲ, ହେବ ଧନର ବର୍ଷା

    Share on :
    ajab-Image
    Date: Oct 23, 2021    Views: 2933


    ଆସୁଛି ଆଲୋକର ପର୍ବ ଦୀପାବଳି । ଏବର୍ଷ ଦୀପାବଳି ନଭେମ୍ବର ୪ ତାରିଖରେ ପଡିଛି । ଏହି ଦିନ କାର୍ତ୍ତିକ ଅମାବାସ୍ୟା ବା ଶ୍ରୀଶ୍ୟାମାକାଳୀ ପୂଜା ମଧ୍ୟ ରହିବ । ନୂଆ ଆଶାର ସମ୍ଭାର ନେଇ ଦୀପାବଳି ଲୋକେ ଖୁବ୍ ଧୁମଧାମରେ ପାଳନ କରିଥାନ୍ତି । କିନ୍ତୁ ଏବର୍ଷ ଦୀପାବଳି ଅଦ୍ଭୁତ ସଂଯୋଗ ରହିଛି । ଏଥର ଏହି ୪ଟି ରାଶିର ବ୍ୟକ୍ତିଙ୍କ ଉପରେ ଧନଲାଭର ସୁଯୋଗ ରହିଛି । ଯାହାଫଳରେ ତାଙ୍କ ଭାଗ୍ୟ ବଦଳିଯିବ । ସମସ୍ତ ଦୁଃଖ ଦୂର ହୋଇ, ସେହିଦିନଠାରୁ ଭଲ ସମୟ ଆସିବ । ସୂର୍ଯ୍ୟ, ମଙ୍ଗଳ ଓ ବୃହସ୍ପତି, ଏହି ତିନୋଟି ଗ୍ରହଙ୍କର କୃପା ସେହି ରାଶିଙ୍କ ଉପରେ ରହିବ ଓ ମା’ଲକ୍ଷ୍ମୀଙ୍କର ଅପାର କରୁଣା ରହିବ ଓ ଧନରାଜ କୁବେର ଏହି ଚାରିଟି ରାଶି ଉପରେ ପ୍ରସନ୍ନ ରହିବେ । ତେବେ ଆସନ୍ତୁ ଜାଣିବା ଏହି ୪ଗୋଟି ରାଶି ବିଷୟରେ,


    ବୃଷ ରାଶି: ଏହି ରାଶିର ବ୍ୟକ୍ତିମାନଙ୍କ ଜୀବନରେ ଦୀପାବଳି ଦିନଠୁ ସବୁ ଦୁଃଖ କଷ୍ଟ ଦୂରେଇ ଯିବ । ଏମାନେ ନୂଆ କାର୍ଯ୍ୟ ଆରମ୍ଭ କରିବାରେ ମନ ଦେବେ । ଆର୍ଥିକ ଉନ୍ନତି ଘଟିବ । ବ୍ୟବସାୟରେ ଲାଭ ମିଳିବ । ଅଟକି ରହିଥିବା କାର୍ଯ୍ୟ ସମାପ୍ତ ହେବ । ପରିବାରରେ ସୁଖ ଶାନ୍ତି ବଢିବ ।

     
    ସିଂହ ରାଶି: ଏହି ରାଶିର ବ୍ୟକ୍ତିଙ୍କର ଦୀପାବଳି ଦିନଠୁ ଅଟକି ରହିଥିବା ସମସ୍ତ କାର୍ଯ୍ୟ ସମାପ୍ତ ହେବ । ଏମାନେ ନିଜ ଜୀବନରେ ବଡ ପରିବର୍ତ୍ତନ ଦେଖିବାକୁ ପାଇବେ । ଦୀର୍ଘ ଦିନରୁ ଲାଗି ରହିଥିବା ସ୍ୱାସ୍ଥ୍ୟ ସମସ୍ୟାରେ ସୁଧାର ଆସିବ । ଗୃହକୁ ବିଭିନ୍ନ ପ୍ରକାର ଖୁସିର ଖବର ଆସିବାକୁ ଲାଗିବ । ବିଭିନ୍ନ ଦିଗରୁ ଧନ ଆସିବାର ସମ୍ଭାବନା ରହିଛି ।


    ତୁଳା ରାଶି: ଦୀପାବଳି ଦିନଠୁ ଏହି ରାଶିର ବ୍ୟକ୍ତି ଅତ୍ୟନ୍ତ ସୁଖୀ ହେବେ । ନୂଆନୂଆ ମିତ୍ର କରିବାକୁ ଆଗ୍ରହୀ ରହିବେ । ଆର୍ଥିକ ଉନ୍ନତି ପାଇଁ ନୂତନ ଯୋଜନାମାନ ପ୍ରସ୍ତୁତ କରିବେ । କାର୍ଯ୍ୟ ଶୈଳୀରେ ସୁଧାର ଆସିବ । ନୂଆ କାର୍ଯ୍ୟ ଆରମ୍ଭ କରିବାକୁ ଏହା ଶୁଭ ସମୟ ଅଟେ । ଟଙ୍କା ବିନିଯୋଗରୁ ଲାଭବାନ ହେବେ । ପୁରୁଣା ବନ୍ଧୁଙ୍କ ସହ ଦେଖା ହୋଇପାରେ ।


    କୁମ୍ଭ ରାଶି: ଏହି ରାଶି ର ବ୍ୟକ୍ତି ମାନଙ୍କ ପାଇଁ ଦୀପାବଳୀଠୁ ଅତ୍ୟନ୍ତ ଶୁଭବେଳା ରହିଛି । ସ୍ୱାସ୍ଥ୍ୟ ମସମ୍ୟା ଦୂର ହୋଇଯିବ । ନୂଆ କାର୍ଯ୍ୟରେ ମନଦେବେ । ନୂଆ ଗାଡି କିଣିବା ପାଇଁ ଏହା ସବୁଠୁ ଭଲ ସମୟ ଅଟେ । ନୂଆ ବନ୍ଧୁଙ୍କ ସହ ଭେଟ ହେବେ । ବ୍ୟବସାୟରେ ଅନେକ ଲାଭ ପାଇବେ । ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ । କୌଣସି ପ୍ରଭାବଶାଳୀ ବ୍ୟକ୍ତଙ୍କ ସହ ଆପଣଙ୍କ ସମ୍ପର୍କ ବୃଦ୍ଧି ପାଇବ । କାର୍ଯ୍ୟକ୍ଷେତ୍ରରେ ଅନେକ ପ୍ରଶଂସା ପାଇବେ । ଗୃହରେ ଖୁସିର ବାତାବରଣ ରହିବ ।
     
       

     

    Maximum 500 characters

    ସଂସ୍କୃତି View all

    Find Us on Facebook