Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବାସ୍ତୁଶାସ୍ତ୍ର

ମୁଖ୍ୟ ଖବର

    ଘରେ କେମିତି କରିବେ ଡାଇନିଂ ହଲ୍‌, କ’ଣ ରହିଛି ବାସ୍ତୁନିୟମ

    Share on :
    ajab-Image
    Date: Apr 19, 2022    Views: 4389

    ୧. ଗୃହରେ ନିର୍ମିତ ଡାଇନିଂ ହଲ୍‌ରେ ଶୌଚାଳୟ ଆଦୌ ରଖିବେ ନାହିଁ ।
    ୨. ଏହି କକ୍ଷରେ ବାସନ ସଫା କରିବା ଏବଂ ଲୁଗାପଟା ସଫା କରିବାକୁ ସୁବିଧା ରଖାଯାଇପାରେ ।
    ୩. ଡାଇନିଂ ହଲ୍‌ର ଈଶାଣ ପାଶ୍ୱର୍ରେ ଜଳ ରଖିବା ସ୍ଥାନ ନିରୁପିତ କରିବେ 
    ୪. ଡାଇନିଂ ହଲରେ ଖାଇବାକୁ ହେଲେ ପ୍ରଥମେ ଗୃହକର୍ତ୍ତା ପୂର୍ବ ଦିଗକୁ ମୁହଁ କରି ବସି ଖାଇବେ । ଏହା ଶୁଭଦାୟକ । 
    ୫. ଗୃହର କୌଣସି ସଦସ୍ୟ କେବେହେଲେ ଦକ୍ଷିଣ ଦିଗକୁ ମୁହଁ କରି ଭୋଜନ କରିବେ ନାହିଁ । ଏହା ସମସ୍ତଙ୍କ ନିମନ୍ତେ ଅମଙ୍ଗଳ ହୋଇଥାଏ  । ତେବେ ଗୃହର ଅନ୍ୟ ସଦସ୍ୟମାନେ ଉତ୍ତର ଦିଗକୁ କିମ୍ବା ପଶ୍ଚିମ ଦିଗକୁ ମୁଖ କରି ଭୋଜନ କରି ପାରିବେ । ଏ ସମସ୍ତ ନୀତି ନିୟମକୁ ଉଲଙ୍ଘନ କଲେ ଗୃହ ମଧ୍ୟରେ ଛୋଟ ଛୋଟ କଳହର ସୂତ୍ରପାତ ହୋଇଥାଏ । 
    ୬. ଗୃହର ଡାଇନିଂ କକ୍ଷ ପ୍ରଧାନତଃ ପଶ୍ଚିମ ପାଶ୍ୱର୍ରେ ନିର୍ମାଣ କରିବେ । ସ୍ଥାନାଭାବ କିମ୍ବା ଅନ୍ୟ କୌଣସି କାରଣରୁ ଅସୁବିଧା ଦେଖାଦେଲେ ଡାଇନିଂ ହଲ୍‌ ଉତ୍ତର କିମ୍ବା ପାଶ୍ୱର୍ରେ ନିର୍ମାଣ କରାଯାଇପାରିବ । 
    ୭. ଡାଇନିଂ ହଲ୍‌ ବେସିନ୍‌ କକ୍ଷର ଉତ୍ତର ଦିଗ କିମ୍ବା ପୂର୍ବ ଦିଗ କାନ୍ଥରେ ଲଗାଯାଇପାରେ । 
    ୮. ଡାଇନିଂ ହଲ୍‌ର ମୁଖ୍ୟ ଦ୍ୱାର ତିନିଗୋଟି ଦିଗରେ  ରଖାଯାଇପାରିବ  । ସେହି ଶୁଭ ଦିଗ ହେଲା ପୂର୍ବ ଅଥବା ପଶ୍ଚିମ ଅଥବା ଉତ୍ତର ଦିଗ ମନେରଖିବେ । ଏହା ଯେପରି ମୁଖ୍ୟ ଗୃହର ମୁଖ୍ୟ ଦ୍ୱାରର ସମ୍ମୁଖ ଭାଗରେ ରହିବା ଦରକାର ।

    ପ୍ରସ୍ତୁତି : ଦିଲୀପ କୁମାର ଜେନା

    Maximum 500 characters

    ବାସ୍ତୁଶାସ୍ତ୍ର View all

    Find Us on Facebook