Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଆଜି ନାମାଙ୍କନ ଭରିବେ ଦିଗବିଜୟ ସିଂ !

    Share on :
    ajab-Image
    Date: Sep 29, 2022    Views: 3987

    ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ତାରିଖ ନିକଟତର ହେଉଥିବା ବେଳେ ପ୍ରାର୍ଥୀତ୍ବ ଅଙ୍କ କିନ୍ତୁ ଛିଡୁନାହିଁ । ରାଜସ୍ଥାନ ସଙ୍କଟ ମଧ୍ୟରେ ପ୍ରାର୍ଥୀତ୍ବ ରେସରେ ସବୁଠୁ ଆଗରେ ଥିବା ଅଶୋକ ଗେହେଲଟ ଓହରିଯିବା ସହ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ ଅଧ୍ୟକ୍ଷ ପଦ ନିର୍ବାଚନ ଲଢିବା ଚର୍ଚ୍ଚରେ ଯୋଡି ହୋଇଛି ଅନ୍ୟ ଜଣେ ବରିଷ୍ଠ ନେତାଙ୍କ ନାମ । ଦଳଳ ବରିଷ୍ଠ ନେତା ତଥା ମଧ୍ୟ ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ ପାର୍ଟି ହାଇକମାଣ୍ଡ ପାଇଁ ନିର୍ବାଚନ ଲଢିପାରନ୍ତି । ସେ ଆଜି ନାମାଙ୍କନ ଭରିବା ନେଇ ମଧ୍ୟ ଅନୁମାନ କରାଯାଉଛି।

    ଦିଲ୍ଲୀ ଗସ୍ତରେ ଥିବା ଦିଗବିଜୟ ନିଜ ପ୍ରାର୍ଥୀତ୍ବ ସମ୍ପର୍କରେ ସୂଚନା ଦେଇ କହିଛନ୍ତି,‘‘ମୁଁ ନିର୍ବାଚନ ସମ୍ପର୍କରେ ଗାନ୍ଧୀ ପରିବାର ସହ କୌଣସି ଆଲୋଚନା କରିନାହିଁ । ବର୍ତ୍ତମାନ ଦିଲ୍ଲୀ ଆସିବାର କୌଣସି ଆବଶ୍ୟକତା ନଥିଲା, କିନ୍ତୁ ଦଳୀୟ ନିର୍ବାଚନ ପାଇଁ ସେ ଦିଲ୍ଲୀ ଆସିଛି ।’’ ଗତକାଲି ରାତିରେ ଦିଲ୍ଲୀରେ ପହଞ୍ଚିଥିବା ଦିଗବିଜୟ ଆଜି ପାର୍ଟି ମୁଖ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିବା ନେଇ ଚର୍ଚ୍ଚା ହେଉଛି । ଅନ୍ୟପଟେ ପ୍ରଥମରୁ ଚର୍ଚ୍ଚାରେ ଥିବା ଦଳର ଅନ୍ୟତମ ବରିଷ୍ଠ ନେତା ତଥା ଜି-୨୩ ଗୋଷ୍ଠୀର ନେତା ଶଶୀ ଥରୁରଙ୍କ ନିର୍ବାଚନ ଲଢିବା ମଧ୍ୟ ଏପ୍ରକାର ସ୍ଥିର ରହିଛି । ସେ ମଧ୍ୟ ଆସନ୍ତାକାଲି ନାମାଙ୍କନ ଦାଖଲ କରିପାରନ୍ତି । ଅନ୍ୟଜଣେ ବରିଷ୍ଠ ନେତା ତଥା ପୂର୍ବତନ ରେଳମନ୍ତ୍ରୀ ପଓ୍ବନ ବଂଶଲ ମଧ୍ୟ ନାମାଙ୍କନ ପତ୍ର ନେଇଥିବା ଦଳୀୟ ସୂତ୍ରରୁ ସୂଚନା ମିଳିଛି ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook