ଭୁବନେଶ୍ୱର: ଉତ୍ତରପ୍ରଦେଶରେ ଇତିହାସ ରଚିଲା ବିଜେପି । କୁହାଯାଉଛି ଏହି ରାଜ୍ୟରେ ଦଳର ସଫଳତା ପଛରେ ରହିଛି ଉଜ୍ଜଳା ମ୍ୟାନ୍ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା । ପ୍ରଧାନମନ୍ତ୍ରୀ ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ଦିଗଦର୍ଶନରେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ମିଳିତ ଭାବେ ଦଳକୁ ସଫଳତା ଆଣି ଦେଇଛନ୍ତି ଧର୍ମେନ୍ଦ୍ର । ବିଭିନ୍ନ ସମୟରେ ଦଳ ପାଇଁ ସଙ୍କଟ ମୋଚକ ଭାବେ ଉଭା ହୋଇଛନ୍ତି ଓଡ଼ିଶାର ଏହି ପୋଷ୍ଟର ବୟ ।
ଉତ୍ତର ପ୍ରଦେଶରେ ଲଗାତାର ଭାବରେ ଦୁଇଟି ପାଳି ସରକାର ଗଢିବାର ରେକର୍ଡ କରିଛି ପଦ୍ମ ଦଳ । ଆଉ କୁହାଯାଉଛି ଭାରତବର୍ଷର ରାଜନୈତିକ ମାନଚିତ୍ରରେ ସର୍ବାଧିକ ଗୁରୁତ୍ୱ ବହନ କରୁଥିବା ଏହି ରାଜ୍ୟରେ ଦଳର ଏହି ସଫଳତା ପଛରେ ରହିଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭୂମିକା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ଦିଗଦର୍ଶନରେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ହାତ ମିଳାଇ ଦଳକୁ ଏହି ସଫଳତା ଆଣି ଦେଇଛନ୍ତି ଧର୍ମେନ୍ଦ୍ର । ଆଉ ଦଳ ତାଙ୍କୁ ଦେଇଥିବା ଦାୟିତ୍ୱକୁ ସୁଚାରୁ ରୂପେ ନିର୍ବାହ କରିଛନ୍ତି ।
କେନ୍ଦ୍ର ବିଜେପି ପାଇଁ ଅନେକ ସମୟରେ ସଙ୍କଟ ମୋଚକ ଭାବରେ ଉଭା ହୋଇଛନ୍ତି ଓଡିଶା ବିଜେପିର ପୋଷ୍ଟର ବୟ ଧର୍ମେନ୍ଦ୍ର । କିଛି ଦିନ ପୂର୍ବରୁ ପଶ୍ଚିମବଙ୍ଗ ନିର୍ବାଚନରେ ବିଜେପି ଫେଲ ମାରିଥିବା ବେଳେ କିନ୍ତୁ ନନ୍ଦିଗ୍ରାମ ଦାୟିତ୍ୱରେ ଥିବା ଧର୍ମେନ୍ଦ୍ର, ତୃଣମୂଳ ନେତ୍ରୀ ମମତା ବାନାର୍ଜୀଙ୍କୁ ପରାଜୟର ସ୍ୱାଦ ଚାଖିବାକୁ ବାଧ୍ୟ କରିଥିଲେ ।
କେବଳ ପଶ୍ଚିମବଙ୍ଗ କିମ୍ବା ୟୁପି ନୁହେଁ, କର୍ଣ୍ଣାଟକ ସଙ୍କଟ ସମୟରେ ମଧ୍ୟ ଦଳ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଥିଲା । ଆଉ ଧର୍ମେନ୍ଦ୍ରଙ୍କ ସଠିକ ଗୋଟି ଚାଳନା ଯୋଗୁ ସେଠାରେ ଏବେ ବିଜେପି କ୍ଷମତାରେ ଅଛି । ଏହାସହ ବିଭିନ୍ନ ସମୟରେ ତ୍ରିପୁରା, ଛତିଶଗଡ, ବିହାର, ଝାଡଖଣ୍ଡ ଓ ଉତ୍ତରାଖଣ୍ଡ ଭଳି ରାଜ୍ୟର ପ୍ରଭାରୀ ଓ ନିର୍ବାଚନ ପ୍ରଭାରୀ ହିସାବରେ ମଧ୍ୟ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି କେନ୍ଦ୍ର ନେତୃତ୍ୱ ।
Comments ସମସ୍ତ ମତାମତ