Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଧାମନଗର ଉପନିର୍ବାଚନ: ବିଜେଡି ଓ ବିଜେପିର ପ୍ରାର୍ଥୀ ଚୂଡ଼ାନ୍ତ

    Share on :
    ajab-Image
    Date: Oct 5, 2022    Views: 3466

    ଧାମନଗର: ଧାମନଗର ବିଧାନସଭା ଉପନିର୍ବାଚନ ପାଇଁ ନଭେମ୍ବର ୩ରେ ଭୋଟଗ୍ରହଣ ହେବା ନେଇ ନିର୍ବାଚନ କମିଶନଙ୍କ ଦ୍ୱାରା ତାରିଖ ଘୋଷଣା ହେବାପରେ ରାଜ୍ୟରେ ରାଜନୀତିକ ଉଷ୍ମତା ବୃଦ୍ଧି ପାଇଛି । ବିଧାୟକ ବିଷ୍ଣୁ ସେଠୀଙ୍କ ମୃତ୍ୟୁର ମାତ୍ର ୨୧ଦିନ ଭିତରେ ନିର୍ବାଚନ ତାରିଖ ଘୋଷଣା ହେବା ରାଜନୀତିକ ଦଳଗୁଡ଼ିକର ଚିନ୍ତା ବଢ଼ାଇ ଦେଇଥିବାବେଳେ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଚୟନ ନିମନ୍ତେ ଏକ କମିଟି ଗଠନ ହୋଇଛି । ଅନ୍ୟପକ୍ଷରେ ଧାମନଗର ଆସନରେ ଦୁଇ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ବିଜେଡି ଓ ବିଜେପି ନିଜର ପ୍ରାର୍ଥୀ ପ୍ରାୟତଃ ଚୂଡ଼ାନ୍ତ କରି ସାରିଥିବାବେଳେ କେବଳ ଆନୁଷ୍ଠାନିକ ଘୋଷଣା ବାକି ଥିବା ଉଭୟ ଦଳ ସୂତ୍ରରୁ ସୂଚନା ମିଳିଛି ।
    ସୂଚନା ଅନୁସାରେ, ଚଳିତମାସରେ ଦଶହରା,ଗଜଲକ୍ଷ୍ମୀ ପୂଜା ଓ କାଳୀପୂଜାର ମାହୋଲ ଭିତରେ ଧାମନଗର ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ ଓ ପ୍ରଚାର କାର୍ୟ୍ୟ ଆରମ୍ଭ ହେବ । ୧୪ତାରିଖରେ ଶେଷ ହେବ । ତେଣୁ ପ୍ରାର୍ଥୀ ଚୟନ ନିମନ୍ତେ ରାଜନୀତିକ ଦଳଗୁଡ଼ିକ ହାତରେ ମାତ୍ର ୧୦ଦିନ ରହିଥିବାବେଳେ ବିଜେଡି ଓ ବିଜେପି ନିଜର ପ୍ରାର୍ଥୀ ପ୍ରାୟତଃ ଚୂଡ଼ାନ୍ତ କରିସାରିଥିବା ସୂଚନା ମିଳିଛି।  ବିଜେପି ନିଜର ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂରଜ ସୂର୍ୟ୍ୟବଂଶୀଙ୍କୁ ପ୍ରାର୍ଥୀ କରିବାର ସମ୍ଭାବନା ରହିଛି । ସୂରଜ ଏବେ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚାର ସଂଯୋଜକ ଭାବେ କାର୍ୟ୍ୟ କରୁଥିବାବେଳେ ତାଙ୍କୁ ଦଳ ଟିକେଟ୍ ଦେବ ବୋଲି ଦଳୀୟ ମହଲରୁ ସୂଚନା ମିଳିଛି । ଦିବଂଗତ ବିଧାୟକ ଶ୍ରୀ ସେଠୀଙ୍କ ପତ୍ନୀ ଶିକ୍ଷୟିତ୍ରୀ ଭାବେ କାର୍ୟ୍ୟ କରୁଛନ୍ତି ଓ ସେ ସକ୍ରିୟ ରାଜନୀତିକୁ ଆସିବାର ସମ୍ଭାବନା କ୍ଷୀଣ ବୋଲି ତାଙ୍କ ପରିବାର ସୂତ୍ରରୁ ଜଣାପଡ଼ିଛି ।
    ସେହିପରି ବିଜେଡି ନିଜର ପ୍ରାର୍ଥୀ ଭାବେ ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଦାସ(୨୦୧୯ରେ ପରାଜିତ)ଙ୍କୁ ପୁଣିଥରେ ସେଠାରୁ ପ୍ରାର୍ଥୀ କରିବାର ସମ୍ଭାବନା ରହିଛି । ଏନେଇ ଆସନ୍ତା ୧୦ତାରିଖ ପରେ ଦଳ ପକ୍ଷରୁ ଚୂଡ଼ାନ୍ତ ଘୋଷଣା କରାଯିବ ବୋଲି ସୂଚନା ମିଳିଛି ।

    ଏପଟେ କଂଗ୍ରେସ ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ନିମନ୍ତେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛି । 

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook