Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଟେନ୍ସନ ଦେଉଛି ଡେଲ୍ଟା ଭାରିଆଣ୍ଟର ନୂଆ ପ୍ରଜାତି, ଦେଶରେ ନେଲାଣି ୩୫୬ ଜୀବନ

    Share on :
    ajab-Image
    Date: Oct 27, 2021    Views: 2996

    ନୂଆଦିଲ୍ଲୀ: ଦେଶରେ ଲଗାତାର କୋଭିଡ ସଂକ୍ରମଣ କମୁଛି । ଗତ ୨୪ ଘଣ୍ଟାରେ ୧୨,୪୨୮ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୩୫୬ ଜଣଙ୍କ ମୃତୁ୍ୟ ହୋଇଛି । ୨୩୮ ଦିନରେ ଏହା ସବୁଠୁ କମ ସଂକ୍ରମଣ । କିନ୍ତୁ ସଂକ୍ରମଣ କମୁଥିଲେ ସୁଦ୍ଧା ଡେଲଟାର ନୂଆ ରୂପାନ୍ତରଣ ଦେଶରେ ଚିନ୍ତା ବଢ଼ାଇଛି । 


    ଡେଲଟାର ଏକ ନୂଆ ପ୍ରଜାତି ଏୱାଇ.୪ ଏବେ ଦେଶର ବିଭିନ୍ନ ରାଜ୍ୟରେ ଚିହ୍ନଟ ହୋଇଛି । ଏନସିଡିସି (ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର) ଅନୁଯାୟୀ ମଧ୍ୟପ୍ରଦେଶର ଇଣ୍ଡୋରରେ ୭ଟି ଏ ୱାଇ ୪ ମାମଲା ଚିହ୍ନଟ ହୋଇଛି । ଗତ ମାସରେ ମହାରାଷ୍ଟ୍ରରେ ୧ ପ୍ରତିଶତ ନମୁନାରେ ଏହି ପ୍ରଜାତି ଚିହ୍ନଟ ହୋଇଛି । ଏନସିଡିସି ରିପୋର୍ଟ ଅନୁସାରେ ଏୱାଇ.୪ ପାଇଁ ସେପ୍ଟେମ୍ବରରେ ଭଣ୍ଡୋରରେ ସଂକ୍ରମଣ ବଢ଼ିଥିଲା । ଏହି ପ୍ରଜାତି ପାଇଁ ସଂକ୍ରମଣ ବଢ଼ୁଥିବାରୁ ଏ ନେଇ ଚିନ୍ତା ପ୍ରକଟ ହୋଇଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook