ଭୁବନେଶ୍ୱର: ଆଜି ଭୁବନେଶ୍ୱରର କେତେ କ ହ୍ୟାନ୍ସ ବାର ଉପରେ ଚଢାଉ କରିଛି ଅବକାରୀ ବିଭାଗ । ଏହି ଡ୍ୟାନ୍ସ ବାର ଗୁଡିକ ବେଆଇନ ଭାବେ ଚାଲୁଥିବା ଯୋଗୁଁ, ଏହା ଉପରେ ଚଢାଉ କରିଛି ଅବକାରୀ ବିଭାଗ । ବେଆଇନ ଭାବରେ ଯୁବତୀ ମାନେ ବାରରେ ଡ୍ୟାନ୍ସ କରୁଥିବା ବେଳେ ଅବକାରୀ ବିଭାଗ ରେଡ଼ ହ୍ୟାଣ୍ଡରେ ଧରିଛି ।
ଏହି ଡ୍ୟାନ୍ସବାର ଗୁଡିକ ଡେଉଛି ନଶା , ଲିମିଟ ଅପ, ଲାଇଭ ଇଟ ଅପ ଏବଂ ଏକାମ୍ର ବାରରେ । ଏଥିରେ ଯୁବ୍ତୀମାନେ ହ୍ୟାନ୍ସ କରୁଥିଲା ବେଳେ ଅବକାରୀ ବିଭାଗ ପହଞ୍ଚି ଚଢାଉ କରିଛି ।
ସେହିପରି ସେଲ୍ଫି ବାର, ଅଶୋକା ବାର ଓ ଅଜିତ ବାରରେ ମଧ୍ୟ ରେଡ଼ କରାଯାଇଥିଲା । କେବଳ ଲାଇଭ ଇଟ ବାରରେ ଯୁବତୀଙ୍କ ସମେତ ୧୬ ଜଣଙ୍କୁ ଧରିଛି ଅବକାରୀ ବିଭାଗ ।
ବାରରେ ଡ୍ୟାନ୍ସ ପାଇଁ ଅନୁମତି ନଥିବା ବେଳେ ବେଆଇନ୍ ଭାବେ ଯୁବତୀ ମାନେ ଡ୍ୟାନ୍ସ କରୁଥିଲେ । ଏହା ସହ ପୁଳା ପୁଳା ନକଲି ଟଙ୍କା ସେମାନଙ୍କ ଉପରକୁ ଫିଙ୍ଗାଯାଉଥିବା ବେଳେ ସେହି ନକଲି ଟଙ୍କାକୁ ମଧ୍ୟ ଅବକାରୀ ବିଭାଗ ଜବତ କରିଥିବା ସୂଚନା ମିଳିଛି ।
Comments ସମସ୍ତ ମତାମତ