Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସଂସ୍କୃତି

ମୁଖ୍ୟ ଖବର

    କିଏ ଭାଙ୍ଗିବ ଦହି ହାଣ୍ଡି, ଜନ୍ମାଷ୍ଟମୀ ସହ ଦହିହାଣ୍ଡିର ସମ୍ପର୍କ କ’ଣ ?

    Share on :
    ajab-Image
    Date: Aug 24, 2021    Views: 2924

    କଳା କହ୍ନେଇ କୃଷ୍ଣ ମାଖନ ଚୋରିରେ ସିଦ୍ଧହସ୍ତ  । କିଏ ଖୁସିରେ ତାଙ୍କୁ ମାଖନ ଦିଏ ତ ଆଉ କେବେ ଭୋକ ହେଲେ ସାଙ୍ଗମାନଙ୍କ ସହ ମାଖନ ଚୋରାଇ ଗୋପୀମାନଙ୍କୁ ସେ ଢେର ହଇରାଣ ହରକତ କରନ୍ତି । ଖାସ ସେଇଥିପାଇଁ ତ ଜନ୍ମାଷ୍ଟମୀ ଉତ୍ସବ ଅବସରରେ ଦହି ହାଣ୍ଡି ଭାଙ୍ଗିବା ଏକ ପରମ୍ପରା ପାଲଟିଯାଇଛି  ।

    କୃଷ୍ଣ ଜନ୍ମାଷ୍ଟମୀ ପରେପରେ ମୁମ୍ବାଇ, ଲାଥୁର, ନାଗପୁର, ପୁନେ ଭଳି ସହରରେ ଦହି ହାଣ୍ଡି ଭଙ୍ଗା ଉତ୍ସବ ପାଳନ କରାଯାଇଥାଏ  । ଲୋକମାନେ ପିରାମିଡ଼ ଭଳି ଉପରକୁ ଉପର ଚଢ଼ି ଦହି ହାଣ୍ଡି ଭାଙ୍ଗିବାର ମଜା ନେଇଥା’ନ୍ତି  । ଦହି ହାଣ୍ଡି ଉତ୍ସବରେ ଭାଗ ନେଉଥିବା ପିଲାମାନଙ୍କୁ ଗୋବିନ୍ଦା ବୋଲି କୁହାଯାଇଥାଏ  । ପୁଅ ପିଲାମାନେ ଦହି ହାଣ୍ଡି ଭାଙ୍ଗୁଥିବାବେଳେ ଝିଅମାନେ ଚାରି ପାଖରେ ଘେରିଯାଇ ଗୀତ ଗାଇବା ସହ ନାଚିଥା’ନ୍ତି  । କେତେକ ସ୍ଥାନରେ ଦହି ହାଣ୍ଡି ଭାଙ୍ଗିବା ପାଇଁ ପ୍ରତିଯୋଗିତା ବି ହୋଇଥାଏ  । ଯେଉଁ ଗ୍ରୁପ ଅଧିକ ହାଣ୍ଡି ଭାଙ୍ଗିଥା’ନ୍ତି ସେମାନ ହିଁ ବିଜେତା ହୋଇଥା’ନ୍ତି  । ଏହିସବୁ ଉତ୍ସବ ଏତେ ଲୋକପ୍ରିୟଯେ, ଅନେକ ସ୍ଥାନରେ ଏହି ଉତ୍ସବ ନିମନ୍ତେ କର୍ପୋରେଟ ସଂସ୍ଥାଗୁଡ଼ିକ ବି ପ୍ରାୟୋଜକ ସାଜିଥା’ନ୍ତି । ମୁମ୍ବାଇରେ ପ୍ରତି ବର୍ଷ ଏହାକୁ ବେଶ ଧୂମଧାମର ସହ ପାଳନ କରାଯାଇଥାଏ  । ପାଖାପାଖି ୪ ହଜାର ଦହି ହାଣ୍ଡି ଭଙ୍ଗା ଯିବା ସହ ପୁରସ୍କାର ବିତରଣ କରାଯାଏ  ।

    ମଥୁରା ଭଳି ଅଂଚଳରେ ଦହି ହାଣ୍ଡି ବଦଳରେ ମାଖନ ହାଣ୍ଡି ଭଙ୍ଗାଯାଇ ଉତ୍ସବ ପାଳନ କରାଯାଇଥାଏ  । ହାଣ୍ଡି ବା ମାଟି କଳସିରେ ମାଖନ ରଖି ତାହାକୁ ଭଙ୍ଗାଯାଏ  । କେତେକ ସ୍ଥାନରେ ବଳଦ ଗାଡ଼ିକୁ ସୁସଜ୍ଜିତ କରି କୃଷ୍ଣଙ୍କୁ ଶୋଭାଯାତ୍ରାରେ ନିଆଯିବାର ଦୃଶ୍ୟ ଅତ୍ୟନ୍ତ ଚମତ୍କାର ।

    Maximum 500 characters

    ସଂସ୍କୃତି View all

    Find Us on Facebook