ମୁଖ୍ୟ ଖବର
ୱାଶିଂଟନ ; କାରିବିୟାନ ଦେଶ ଜାମାଇକାରେ ମଙ୍ଗଳବାର ରାତିରେ ତାଣ୍ଡବ ରଚିଛି ଶକ୍ତିଶାଳୀ ବାତ୍ୟା ମେଲିସା । ରାତି ପ୍ରାୟ ୧୦ଟା ୪୦ରେ ଏହା ଲ୍ୟାଣ୍ଡଫଲ୍ କରିବା କ୍ଷଣି ଧ୍ୱଂସ ଲୀଳା ରଚିଥିଲା । ଘରଦ୍ୱାର ଭାଙ୍ଗିବା ସହ ଗଛ ଓ ବିଦ୍ୟୁତ୍ ଖୁଣ୍ଟ ଆଦି ଉପୁଡ଼ିଥିଲା । ବାତ୍ୟା ମେଲିସାର ଘଣ୍ଟା ପିଛା ବେଗ ୧୮୫ ମାଇଲ୍ ବା ପାଖାପାଖି ୩୦୦ କିଲୋମିଟର ରହିଥିଲା । ଶତାଦ୍ଧୀ ମଧ୍ୟରେ ଏହା ସବୁଠୁ ଶକ୍ତିଶାଳୀ ବାତ୍ୟା ବୋଲି କୁହାଯାଉଛି । ଜାମାଇକାରେ ୩,ହାଇତିରେ ୨୫ ଓ ଡୋମିନିକାନ ରିପବ୍ଲିକରେ ଜଣଙ୍କର ମୃତୁ୍ୟ ଘଟିଥିଲା । ଏହାର ପ୍ରଭାବରେ କ୍ୟୁବାରେ ୬ ଲକ୍ଷ ଓ ଜାମାଇକାରେ ୨୮ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଜାତିସଂଘ ମେଲିସାକୁ ଶତାଦ୍ଧୀର ସବୁଠୁ ଶକ୍ତିଶାଳୀ ବାତ୍ୟା ଅଭିହିତ କରିଛି । ଜାମାଇକାରେ ତାଣ୍ଡବ ରଚିବା ପୂର୍ବରୁ ଏହା ପ୍ରଥମେ ହାଇତି ଓ ଡୋମିନିକାନ ରିପବ୍ଲିକରେ ଧ୍ୱଂସଲୀଳା ରଚିଥିଲା ।
Comments ସମସ୍ତ ମତାମତ