Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଦୁର୍ବଳ ହେଲା ବାତ୍ୟା ; ଜାଣନ୍ତୁ ବାତ୍ୟାର ଗତିପଥ

    Share on :
    ajab-Image
    Date: Oct 29, 2025    Views: 4461

    ନୂଆଦିଲ୍ଲୀ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣ ସାମୁଦ୍ରିକ ବାତ୍ୟା ମୋନ୍‌ଥା ଆନ୍ଧ୍ରପ୍ରଦେଶର ମଛଲିପଟନମ ନିକଟ ଅମ୍‌ଲାପୁରମ୍‌ରେ ଲ୍ୟାଣ୍ଡଫଲ କରିଥିଲା । ଲ୍ୟାଣ୍ଡଫଲ ପ୍ରକ୍ରିୟା ପ୍ରାୟ ୪ ଘଣ୍ଟା ଧରି ଚାଲିଥିଲା । ସ୍ଥଳଭାଗ ଛୁଇଁବା ପରେ ଏବେ ଧୀରେ ଧୀରେ ଦୁର୍ବଳ ହେଉଛି 'ମୋନ୍‌ଥା' । ଭୀଷଣ ବାତ୍ୟାରୁ ଦୁର୍ବଳ ହୋଇ ବାତ୍ୟାରେ ପରିଣତ ହୋଇଛି । ଆସନ୍ତା ୩ ଘଣ୍ଟାରେ 'ମୋନ୍ଥା' ଗଭୀର ଅବପାତରେ ପରିଣତ ହେବ । ୬ ଘଣ୍ଟାରେ ଗଭୀର ଅବପାତରୁ ଅବପାତରେ ପରିଣତ ହେବ ମୋନ୍‌ଥା  ।

    ଆନ୍ଧ୍ରର ଅମ୍‌ଲାପୁରମ୍‌ରେ ଲ୍ୟାଣ୍ଡଫଳ ବେଳେ ପବନର ବେଗ ଘଣ୍ଟା ପ୍ରତି ୯୦ରୁ ୧୦୦ କି.ମି ଓ ସ୍ଥଳ ବିଶେଷରେ ୧୧୦ କି.ମି ରହିଥିଲା । ମଙ୍ଗଳବାର ରାତି ପ୍ରାୟ ୧୧ଟା ୩୦ରେ ଏହା ଆନ୍ଧ୍ର ଉପକୂଳ ସ୍ଥଳଭାଗ ଅତିକ୍ରମ କରିଛି । ଏହା ପରେ ମୋନ୍‌ଥା ଦୁର୍ବଳ ହୋଇପଡିଛି । ମୋନ୍‌ଥା ସ୍ଥଳଭାଗ ଛୁଇଁଲା ବେଳକୁ ପ୍ରବଳ ବର୍ଷା ସହ ପବନ ଯୋଗୁ ବିଭିନ୍ନ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ସମୁଦ୍ରରେ ପ୍ରାୟ ୫ ମିଟର ପର୍ୟ୍ୟନ୍ତ ଉଚ୍ଚ ଲହଡି ଆସିଥିଲା । ଉପକୂଳ ଅଞ୍ଚଳରେ ଥିବା ଅନେକ ଘର ଭାଙ୍ଗିଯାଇଛି । କାକିନାଡା ସମେତ ମଛଲିପଟନମ ଅଞ୍ଚଳରେ ବିଦ୍ୟୁତ ଖୁଣ୍ଟ ଉପୁଡି ପଡିବା ସହ ବଡ ବଡ ଗଛ ଉପୁଡି ରାସ୍ତାରେ ପଡିଛି । ଭାରତୀୟ ପାଣିପାଗ ବିଭାଗ (ଓଗଊ) ଅନୁଯାୟୀ, ଆନ୍ଧ୍ର ପ୍ରଦେଶରେ ଘୂର୍ଣ୍ଣିଝଡ଼ ମୋନ୍ଥା ଏକ ମଧ୍ୟମ ଘୂର୍ଣ୍ଣିଝଡ଼ରେ ପରିଣତ ହୋଇଛି । ରାଜ୍ୟରେ ପ୍ରବଳ ବର୍ଷା ଏବଂ ପ୍ରବଳ ପବନ ଜାରି ରହିଛି ।ମଛଲିପଟନମ୍ ଏବଂ ବିଶାଖାପଟନମ୍‌ରେ ଡପଲର୍ ରାଡାର ସାହାଯ୍ୟରେ ଝଡ଼ ଗତିପଥ ଉପରେ ନଜର ରଖାଯାଇଛି । ଆନ୍ଧ୍ରପ୍ରଦେଶର ଅନେକ ଉପକୂଳବର୍ତ୍ତୀ ଜିଲ୍ଲାରେ ଏବେ ବି ପ୍ରବଳ ପବନ ଏବଂ ପ୍ରବଳ ବର୍ଷା ହେଉଛି । ଆନ୍ଧ୍ରପ୍ରଦେଶର ବିଜୟୱାଡାରେ ଘଣ୍ଟା ପ୍ରତି ୫୦ ରୁ ୭୦ କିଲୋମିଟର ବେଗରେ ପବନ ବହୁଛି। ଆଗାମୀ ୬ ଘଣ୍ଟା ପାଇଁ ସତର୍କ ରହିବାରୁ ପଡିବ ।
    ବାତ୍ୟା ପ୍ରଭାବରେ ଆନ୍ଧ୍ରରେ ଜଣେ ବୃଦ୍ଧାଙ୍କ ଜୀବନ ଯାଇଛି । ଆନ୍ଧ୍ର କୋନାସୀମା ଜିଲ୍ଲାରେ ବୃଦ୍ଧାଙ୍କ ଘର ଉପରେ ଗଛ ପଡ଼ିଯିବାରୁ ତାଙ୍କର ମୃତ୍ୟୁ ହୋଇଛି । ସେହିଭଳି ଆଉ ଦୁଇଜଣ ଆହତ ହୋଇଛନ୍ତି । ନଡ଼ିଆ ଗଛ ଉପୁଡ଼ି ପଡିବାରୁ ଜଣେ ଅଟୋ ଚାଳକ ଓ ବାଳକ ଆହତ ହୋଇଥିବା ଖବର ହସ୍ତଗତ ହୋଇଛି ।  ୩୮,୦୦୦ ହେକ୍ଟର ଫସଲ ନଷ୍ଟ, ହୋଇଥିବାବେଳେ ୧.୩୮ ଲକ୍ଷ ହେକ୍ଟର ଚାଷ କ୍ଷତିଗ୍ରସ୍ତ ହୋଇଛି  ମଙ୍ଗଳବାର ରାତିରେ 'ମୋନ୍‌ଥା' ଆନ୍ଧ୍ର ପ୍ରଦେଶ ଉପକୂଳରେ ସ୍ଥଳଭାଗ ଛୁଇଁଥିଲା । ଏହାର ପ୍ରଭାବ ପଡ଼ୋଶୀ ରାଜ୍ୟ ଓଡ଼ିଶାରେ ମଧ୍ୟ ଅନୁଭୂତ ହୋଇଥିଲା । ପ୍ରବଳ ବର୍ଷା ସହ ଓଡ଼ିଶାର ୧୫ଟି ଜିଲ୍ଲାରେ ଗଛ ଉପୁଡ଼ି ଉପୁଡ଼ିବା ସହ ପଥର ଖସି ରାସ୍ତା ଅବରୋଧ ହୋଇଥିଲା । ଅଧିକ ପ୍ରଭାବ ନଥିଲା ବି ଦକ୍ଷିଣ ଓଡ଼ିଶାର ପ୍ରବଳ ବର୍ଷା ହୋଇଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook