Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ସାଉଥ ଆଫ୍ରିକାର ୱାନ ଡେ’ ସିରିଜ କବଜା

    Share on :
    ajab-Image
    Date: Jan 22, 2022    Views: 3684

    ଟିମ ଇଣ୍ଡିଆର ଟେଷ୍ଟ ମ୍ୟାଚ ପରାଜୟ ପରେ, ପୁଣି ନିରାଶ କରିଛି କ୍ରିକେଟ ପ୍ରେମୀଙ୍କୁ । ଟେଷ୍ଟ ମ୍ୟାଚରେ ଟିମ ଇଣ୍ଡିଆକୁ ପରାଜୟ ହାସଲ କରି ବିପକ୍ଷରେ ବିଜୟ ହାସଲ କରିଥିଲା ସାଉଥ ଆଫ୍ରିକା, ଏବେ ପୁଣି ୱାନ ଡେ଼’ ସିରିଜ କୁ ଟିମ ଇଣ୍ଡିଆ ଠାରୁ ନିଜ କବଜାକୁ ନେଇଛି ସାଉଥ ଆଫ୍ରିକା । ଦ୍ୱିତୀୟ ଦିନିକିଆରେ ଟିମ ଇଣ୍ଡିଆ ୭ ୱିକେଟରେ ଧରାଶାୟୀ ହୋଇଛି । ଫଳରେ ଟେଷ୍ଟ ସିରିଜକୁ ୨-୧ରେ ହାରିବା ପରେ ୩ଟିକିଆ ସିରିଜକୁ ୦-୨ରେ ହାରି ସିରିଜ ହାତ ଛଡ଼ା କରିଛି ଭାରତ । ଦ୍ୱିତୀୟ ଦିନିକିଆରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ । ୬ଓ୍ଵିକେଟ ହରାଇ ୨୮୭ ରନ ସଂଗ୍ରହ କରିଥିଲା ଭାରତ । ଜବାବରେ ଦକ୍ଷିଣ ଆଫ୍ରିକା ୪୮.୧ ଓଭରରେ ୩ ଓ୍ଵିକେଟ ହରାଇ ବିଜୟ ଲକ୍ଷ୍ୟ ସଂଗ୍ରହ କରିନେଇଥିଲା । ଡି କକ୍‌ ୭୮ ରନ କରି ଆଉଟ ହୋଇଥିବା ବେଳେ ମଲାନ୍‌ ୯୧ ରନ କରି ଆଉଟ ହୋଇଛନ୍ତି । ଭାରତ ପକ୍ଷରୁ ଦମଦାର ଇନିଂସ ଖେଳିଥିଲେ ଋଷଭ ପନ୍ତ । ପନ୍ତ ଧୂଆଁଧାର ୮୫ ରନ କରିଥିଲେ ।

     

    Maximum 500 characters

    ଖେଳ ଖବର View all

    Find Us on Facebook