ପ୍ରଥମ ଦିନିକିଆରେ ଦକ୍ଷିଣ ଆଫ୍ରିକା ଠାରୁ ୩୧ ରନରେ ହାରିଲା ଟିମ ଇଣ୍ଡିଆ । ଫେଲ ମାରିଛି ଭାରତୀୟ ବ୍ୟାଟରଙ୍କର ଧମାକା, ନିରାଶ ହୋଇଛନ୍ତି କ୍ରିକେଟ ପ୍ରେମୀ । ଦକ୍ଷିଣ ଆଫ୍ରିକାର ପର୍ଲରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚରେ ଭାରତକୁ ୩୧ ରନରେ ପରାସ୍ତ କରି ବିଜୟ ହୋଇଛି ଦକ୍ଷିଣ ଆଫ୍ରିକା । ଏହି ବିଜୟ ସହ ଦକ୍ଷିଣ ଆଫ୍ରିକା ବିଶିଷ୍ଟ ଦିନିକିଆରେ ୧-୦ରେ ଅଗ୍ରଣୀ ହାସଲ କରିଛି । ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଚାହିଁଥିଲା ଦକ୍ଷିଣ ଆଫ୍ରିକ । କ୍ରମେ ୫୦ ଓଭରରେ ୪ ୱିକେଟ ହରାଇ ୨୯୬ ରନ ହାସଲ କରିଥିଲା । ଏହାର ଜବାବରେ ଭାରତ ୮ ୱିକେଟ୍ ହରାଇ ୨୬୫ ରନ୍ କରିପାରିଥିଲା । ଭାରତ ପକ୍ଷରୁ ଶିଖର ଧଓ୍ଵନ ସର୍ବାଧିକ ୭୯ ରନ, ବିରାଟ କୋହଲି ୫୧ ରନ ଓ ଶାର୍ଦ୍ଦୁଲ ଠାକୁର ୫୦ ରନ୍ କରିଥିଲେ । କିନ୍ତୁ ଦଳର ମଧ୍ୟକ୍ରମ ଓ ନିମ୍ନ ମଧ୍ୟକ୍ରମ ବ୍ୟାଟ୍ର ବିଫଳ ହୋଇଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁଙ୍ଗି ଏନଗିଡି, ତବରେଜ ଶାମସୀ ଓ ଆଣ୍ଡିଲେ ଫେଲୁକୱାୟୋ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ ।
ପ୍ରଥମେ ବ୍ୟାଟିଂ କରିଥିବା ଘରୋଇ ଦଳ ଆରମ୍ଭରୁ ୩ଟି ଓ୍ଵିକେଟ ହରାଇ ସଂକଟରେ ପଡ଼ିଥିବାବେଳେ ଅଧିନାୟକ ଟେମ୍ବା ବାଭୁମା ଓ ରାସି ଭାନ ଡର ଦୁସେନ ଲଢୁଆ ବ୍ୟାଟିଂ କରି ଏକ ବଡ଼ ସ୍କୋର ଛିଡ଼ା କରିପାରିଥିଲେ । ବାଭୁମା ୧୧୦ ରନ କରିଥିବା ବେଳେ ଦୁସେନ ୧୨୯ ରନ କରି ଅପରାଜିତ ରହିଥିଲେ । ଭାରତ ପକ୍ଷରୁ ଯଶପ୍ରୀତ ବୁମରା ୨ଟି ଓ ରବିଚନ୍ଦ୍ରନ ଅଶ୍ଵୀନ ଗୋଟିଏ ଓ୍ଵିକେଟ ନେଇଥିଲେ ।
Comments ସମସ୍ତ ମତାମତ