Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ପ୍ରଥମ ଇଂନିସରେ ୨୨୩ ରନ୍ରେ ଅଲଆଉଟ୍ ହୋଇଛି ଟିମ ଇଣ୍ଡିଆ

    Share on :
    ajab-Image
    Date: Jan 12, 2022    Views: 4031


    କେପଟାଉନରେ ଅନୁଷ୍ଠିତ ହେଉଛି ଟେଷ୍ଟ ମ୍ୟାଚ, ଆଜି ଏହି ମ୍ୟାଚର ଦ୍ୱିତୀୟ ଦିନ । ଗତକାଲିର ଅସମାପ୍ତ ୧୭ ରନରୁ ଖେଳ ଆରମ୍ଭ କରିବ ଦକ୍ଷିଣ ଆଫ୍ରିକା । ୩ରନ କରି ବୁମରଙ୍କ ଶୀକାର ହୋଇଛନ୍ତି ଓପନର ବ୍ୟାଟ୍ସମ୍ୟାନ ଏଲଗାର, ବର୍ତ୍ତମାନ ଦଳ ଏକ ୱିକେଟ ହରାଇଛି । ଦକ୍ଷିଣ ଆଫ୍ରିକା ଆଗରେ ୨୨୪ ର ଲକ୍ଷ ଥିବାବେଳେ ୨୨୩ ରନ କରି ପୂର୍ବରୁ ଅଲଆଉଟ ହୋଇଛି ଟିମ ଇଣ୍ଡିଆ । ଟସ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇଥିଲା ଇଣ୍ଡିଆ ।

    ଅଧିନାୟ ଭାର ନିଭାଇଥିବା ବିରାଟ କୋହଲି ସର୍ବାଧିକ ୭୯ ରନ ଓ ଚେତେଶ୍ୱର ପୂଜାରାଙ୍କ ୪୩ ରନ ବଳରେ ସମ୍ମାନଜନକ ସ୍କୋର କରିପାରିଥିଲା ଭାରତ । କିନ୍ତୁ ପ୍ରଥମେ ଦଳକୁ ଭଲ ଷ୍ଟାର୍ଟ କରିବାରେ ବିଫଳ ରହିଥିଲେ ଓପନର ବ୍ୟାଟସମ୍ୟାନ ଲୋକେଶ ରାହୁ ଓ ମୟଙ୍କ ଅଗ୍ରୱାଲ । ପରେ ଚେତେଶ୍ୱର ପୂଜାରା ନିଜର କମାଲ ଫିଲଡ଼ ଉପରେ ଦେଖାଇ ଆଟାକିଂ ଆଭିମୁଖ୍ୟ ଆପଣେଇ ୪୩ ରନ କରିଥିଲେ କୋହଲିଙ୍କ ସହ ମିଶି ତୃତୀୟ ୱିକେଟ ପାଇଁ ୬୨ ରନର ଭାଗିଦାର ହୋଇଥିଲେ ।
     
     ଦକ୍ଷିଣ ଆଫ୍ରିକା ପକ୍ଷରୁ ରବାଡା ୪ ଓ ଜାନସେନ୍‌ ୩ଟି ୱିକେଟ୍‌ ନେଇଥିଲେ । ଓଲିଭିଅର୍‌, ଲୁଙ୍ଗି ଏନଗିଡି ଓ କେଶବ ମହାରାଜ ଗୋଟିଏ ଲେଖାଏ ୱିକେଟ୍‌ ହାସଲ କରିଥିଲେ । କେପ୍‌ଟାଉନ୍‌ ଟେଷ୍ଟର ଫଳାଫଳ ହିଁ ସିରିଜର ବିଜେତା ନିର୍ଦ୍ଧାରଣ କରିବ । ମ୍ୟାଚ ଡ୍ର ରହିଲେ ସିରିଜ ଅମିମାଂସିତ ରହିବ । ସିରିଜର ପ୍ରଥମ ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକାକୁ ୧୧୩ ରନରେ ପରାସ୍ତ କରିଥିବା ବେଳେ ୨ୟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଭାରତକୁ ୭ ଓ୍ଵିକେଟରେ ହରାଇଥିଲା । ଏବେ ସିରିଜ ୧-୧ରେ ବରାବର ରହିଛି ।

    Maximum 500 characters

    ଖେଳ ଖବର View all

    Find Us on Facebook