Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଆଜିଠୁ ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ, ଟିମ ଇଣ୍ଡିଆର ନେତୃତ୍ବ ନେବେ ରାହାଣେ

    Share on :
    ajab-Image
    Date: Nov 25, 2021    Views: 3807

    କାନପୁର: ଆଜିଠୁ ଆରମ୍ଭ ହେବ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ । କାନପୁରରେ ମୁହାଁମୁହଁ ହେବେ ଉଭୟ ଟିମ୍ । ଯୁବ ଟିମକୁ ନେଇ ମୈଦାନକୁ ଓହ୍ଲାଇବ ଭାରତ । ବିରାଟ କୋହଲି, ରୋହିତ ଶର୍ମା ଓ ରିସଭ ପନ୍ଥଙ୍କୁ ବିଶ୍ରାମ ଦିଆଯାଇଛି । ଟିମ ଇଣ୍ଡିଆର ନେତୃତ୍ବ ନେବେ ଆଜିଙ୍କ୍ୟ ରାହାଣେ ।

    ଆଜି ଟେଷ୍ଟରେ ଡେବ୍ୟୁ କରିବେ ଯୁବ କ୍ରିକେଟର ଶ୍ରେୟସ ଆୟର । ମାୟଙ୍କ ଅଗ୍ରଓ୍ବାଲ, ଶୁଭମନ ଗିଲ୍, ମହମ୍ମଦ ସିରାଜ, ଜୟନ୍ତ ଯାଦବ, ରିଦ୍ଧିମାନ ଶାହାଙ୍କ ଭଳି ଯୁବ ଖେଳାଳିଙ୍କୁ ନେଇ ମୈଦାନକୁ ଓହ୍ଲାଇବ ଭାରତ । ସେପଟେ କେନ୍ ଓ୍ବିଲିୟମସନଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ କିଓ୍ବି ଟିମ୍ । ରସ୍ ଟେଲର, ଓ୍ବିଲ୍ ୟଙ୍ଗ, ମିଚେଲ, ଟିମ ସାଉଥୀଙ୍କ ଭରସାରେ ପଡ଼ିଆକୁ ଓହ୍ଲାଇବ କିଓ୍ବି ଟିମ୍ । ଏହା ପୂର୍ବରୁ ଟି-୨୦ରେ ଭାରତ ୩-୦ରେ କ୍ଲିନ ସ୍ବିପ୍ କରିଥିଲା ।

    Maximum 500 characters

    ଖେଳ ଖବର View all

    Find Us on Facebook