Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଆଜି ରାଜ୍ୟରେ ୪୩୩ କରୋନା ପଜିଟିଭ ଚିହ୍ନଟ

    Share on :
    ajab-Image
    Date: Oct 26, 2021    Views: 3427

    ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଗତ ୨୪ଘଣ୍ଟାରେ ରାଜ୍ୟରେ ୪୩୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛିନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୨୫୨ଜଣ ରହିଥିବା ବେଳେ ସ୍ଥାନୀୟ ସଂକ୍ରମଣ ରହିଛି ୧୮୧ ଓ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ୬୪ ଜଣ ରହିଛନ୍ତି । 


    ସୂଚନା ଓ ଲୋକସମ୍ପର୍କ ବିଭାଗର ରିପୋର୍ଟ ଅନୁସାରେ ଆଜି ରାଜ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୨୦୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୩୯ହଜାର ୨୬୯କୁ ବୃଦ୍ଧି ପାଇଛି । ଏଥି ମଧ୍ୟରୁ ୪୬୨୩ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦୨୬୨୭୭ ଜଣ ସୁସ୍ଥ ହୋଇଛନ୍ତି  । ଏବେ ସୁଦ୍ଧା ରାଜ୍ୟରେ ୨,୧୬, ୪୭, ୦୬୮ସାମ୍ପୁଲ ଟେଷ୍ଟ୍ ହୋଇଛି  ।

     

    Maximum 500 characters

    ରାଜ୍ୟ ଖବର View all

    Find Us on Facebook