Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଦେଶରେ କମୁଛି କରୋନା ସଂକ୍ରମଣ

    Share on :
    ajab-Image
    Date: May 17, 2022    Views: 2975

    ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ କମିବାରେ ଲାଗିଛି କରୋନା ସଂକ୍ରମଣ । ଏହା ଦେଶର ଲୋକଙ୍କୁ ଟିକିଏ ଆସ୍ୱସ୍ତି ଦେଇଛି । ଗତ କିଛିଦିନ ହେବ କରୋନା ସଂକ୍ରମଣ ୨ ହଜାରେ ତଳେ ଥିବାବେଳେ ମଙ୍ଗଳବାର ତାହା କମିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୫୬୯ ନୂଆ କରୋନା ମାମଲା ଚିହ୍ନଟ ହୋଇଛି ।

    ଏଥିସହ ୧୯ ଜଣଙ୍କର ମୃତୁ୍ୟ ଘଟିଛି । ନୂତନ ମାମଲା ଆସିବା ପରେ ଦେଶରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୪,୩୧,୨୪,୮୭୯ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଏବେ ସୁଦ୍ଧା ଦେଶରେ ୪,୨୫,୮୪,୭୧୦ଜଣ ଲୋକ ସୁସ୍ଥ ହୋଇଥିବାବେଳେ ୧୬,୪୦୦ ସକ୍ରିୟ ମାମଲା ରହିଛି ।

    ଦେଶରେ କରୋନା ମୃତୁ୍ୟ ସଂଖ୍ୟା ୫,୨୪,୨୬୦କୁ ବୃଦ୍ଧି ପାଇଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook