କେନ୍ଦୁଝର : ମୃତ ବ୍ୟକ୍ତିଙ୍କୁ ଜୀବିତ ଦର୍ଶାଇ ତଥା ଜାଲ୍ ନାଁରେ ୩ ଲକ୍ଷ ୬୮ ହଜାର ୯ ଶହ ଭତ୍ତା ଟଙ୍କା ହଡ଼ପ ମାମଲାରେ ୨ ଜଣ ପୂର୍ବତନ ପିଇଓ ଏବଂ ଜଣେ ସରପଞ୍ଚଙ୍କୁ ୩ବର୍ଷ କାରାଦଣ୍ଡାଦେଶ ସହ ୩୫ ହଜାର ଟଙ୍କା ଜୋରିମାନା ଆଦେଶ ଦେଲେ କେନ୍ଦୁଝର ମୁଖ୍ୟ ବିଚାର ବିଭାଗୀୟ ବିଚାରପତି । ୨୦୧୫ ମସିହାରେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଳକ ଭଅଁରପୁର ପଞ୍ଚାୟରେ ଘଟିଥିଲା ଏହି ଘଟଣା ।
ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତି ହେଲେ ତତ୍କାଳୀନ ପଞ୍ଚାୟତ ନିର୍ବାହୀ ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ପାତ୍ର ଓ ଶୁକଦେବ ମହାନ୍ତଙ୍କ ସହିତ ତତ୍କାଳୀନ ସରପଞ୍ଚ କୁନ୍ତଳା ଦେହୁରୀ କ୍ଷ ପୂର୍ଣ୍ଣ ଚନ୍ଦ୍ର ଏବେ ଯାଜପୁର ସଦର ବ୍ଲକରେ ଜିପିଇଓ ଭାବେ କାର୍ୟ୍ୟ କରୁଛନ୍ତି କ୍ଷ
Comments ସମସ୍ତ ମତାମତ