ଭୁବନେଶ୍ୱର: ରାଜ୍ୟରେ ଦିନେ କମିଲେ ଦିନେ ବଢୁଛି କରୋନା ସଂକ୍ରମଣ । ଗତ ୨୪ଘଣ୍ଟାରେ ରାଜ୍ୟରେ ୧୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୭ଜଣ ରହିଥିବାବେଳେ ୩ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସ ଜଣେ ରହିଛନ୍ତି ।
ସୂଚନା ଓ ଲୋକ ସମ୍ପର୍କ ବିଭାଗର ରିପୋର୍ଟ ଅନୁସାରେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୮ ଓ ରାଜ୍ୟପୁଲରୁ ଜଣ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ଲକ୍ଷ ୮୮ହଜାର ୩୪୯କୁ ବୃଦ୍ଧି ପାଇଛି । ଅଜି ୧୨ଜଣ କରୋନାକୁ ମାତ୍ ଦେଇଛନ୍ତି । ଏହାକୁ ରାଜ୍ୟରେ ମୋଟ କରୋନା ସୁସ୍ଥକଙ୍କ ସଂଖ୍ୟା ୧୨ଲକ୍ଷ ୭୯ହଜାର ୫୨ରେ ପହଞ୍ଚିଛି ଓ ବର୍ତ୍ତମାନ ସକ୍ରିୟ ମାମଲା ୧୧୮ ରହିଛି ।
Comments ସମସ୍ତ ମତାମତ