Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଆଜି ରାଜ୍ୟରେ ୫ହଜାର ୫୭କରୋନା ପଜିଟିଭ୍, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

    Share on :
    ajab-Image
    Date: Jan 28, 2022    Views: 3403

    ଭୁବନେଶ୍ୱର: ରାଜ୍ୟରେ ଖସୁଛି କରୋନା ଗ୍ରାଫ ।  ଦିନକୁ ଦିନ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଗତ ୨୪ଘଣ୍ଟାରେ  ୫ହଜାର ୫୭କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୨୯୩୨ଜଣ ରହିଥିବାବେଳେ ୨୧୨୫ସ୍ଥାନୀୟ ସଂକ୍ରମଣ ରହିଛି । ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୧୮ବର୍ଷରୁ କମ୍ ୬୬୭ଜଣ ଛୁଆ ଅଛନ୍ତି । ଯାହା ଚିନ୍ତାର କାରଣ ପାଲଟିଛି ।

     
    ସୂଚନା ଓ ଲୋକ ସମ୍ପର୍କ ବିଭାଗର ରିପୋର୍ଟ ଅନୁସାରେ ଖୋର୍ଦ୍ଧାରୁ  ସର୍ବାଧିକ ୧ହଜାର ୧୧୧ , ଅନୁଗୁଳରୁ ୧୧୦, କଟକରୁ ୪୯୫, ବାଲେଶ୍ୱରରୁ ୨୦୨, ବରଗଡରୁ ୮୫, ଭଦ୍ରକରୁ ୯୧, ବଲାଙ୍ଗୀରରୁ ୧୩୩, ବୌଦ୍ଧରୁ ୪୪, ଦେବଗଡରୁ ୫୧, ଢେଙ୍କାନାଳରୁ ୬୯, ଗଜପତିରୁ ୬୮, ଗଞ୍ଜାମରୁ ୬୦, ଜଗତସିଂହପୁରରୁ ୧୨୫, ଯାଜପୁରରୁ ୧୨୮, ଝାରସୁଗୁଡାରୁ ୫୦, କଳାହାଣ୍ଡିରୁ ୧୪୦, କନ୍ଧମାଳରୁ ୮୪, କେନ୍ଦ୍ରାପଡାରୁ ୩୪, କେନ୍ଦୁଝରରୁ ୪୯, କେରାପୁଟରୁ ୭୬, ମାଲକାନାଗିରିରୁ ୫୮, ମୟୂରଭଞ୍ଜରୁ ୧୩୫, ନବରଙ୍ଗପୁରରୁ ୧୩୬, ନୟାଗଡରୁ ୨୧୭, ନୂଆପଡାରୁ ୧୯୦, ପୁରୀରୁ ୯୪, ରାୟଗଡାରୁ ୮୫, ସମ୍ବଲପୁରରୁ ୧୭୯,  ସୋନପୁରରୁ ୧୦୪, ସୁନ୍ଦରଗଡରୁ ୪୨୯, ରାଜ୍ୟପୁଲରୁ ୨୯୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
    ବର୍ତ୍ତମାନ ସୁଦ୍ଧା ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ଲକ୍ଷ ୩୬ହଜାର ୨୨୬କୁ ବୃଦ୍ଧି ପାଇଛି । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook